The Ultimate Managed Hosting Platform
ADVERTISEMENT

ସୋନିଆ ଓ ରାହୁଲଙ୍କୁ ବଡ ଆଶ୍ୱସ୍ତି

Facebook
Twitter
LinkedIn

ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଓ ରାହୁଲ ଗାନ୍ଧିଙ୍କୁ ବଡ ଆଶ୍ୱସ୍ତି । ମନି ଲଣ୍ଡ୍ରିଂ ନେଇ ଇଡି ଚାର୍ଜସିଟକୁ ପ୍ରତ୍ୟାଖ୍ୟାନ କଲେ ଦିଲ୍ଲୀ କୋର୍ଟ । ବ୍ୟକ୍ତିଗତ ଅଭିଯୋଗ ଆଧାରରେ ମାମଲା ହୋଇଥିବାରୁ ମନା କଲେ । ମାମଲା ବ୍ୟକ୍ତିଗତ ଅଭିଯୋଗ ଉପରେ ଆଧାରିତ, ଏଫଆଇଆର ଉପରେ ନୁହେଁ । ସୋନିଆ, ରାହୁଲ ଓ ଅନ୍ୟମାନଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା ଇଡି । ନ୍ୟାସନାଲ୍ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଇଡିର ଚାର୍ଜସିଟ୍ ଉପରେ ଶୁଣାଣି କରିବାକୁ କୋର୍ଟ ମନା କରିଥିବା ଜଣାପଡ଼ିଛି। ଏହି ନିଷ୍ପତ୍ତି ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କୁ ଆଶ୍ୱସ୍ତ କରିଛି। କୋର୍ଟ କହିଛନ୍ତି ଯେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚାହିଁଲେ ତଦନ୍ତ ଜାରି ରଖିପାରିବ।
ଇଡି ଏହାର ଚାର୍ଜସିଟ୍ରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ସାମ ପିଟ୍ରୋଡା, ସୁମନ ଦୁବେ, ସୁନୀଲ ଭଣ୍ଡାରୀ, ୟଙ୍ଗ ଇଣ୍ଡିଆନ୍ ଏବଂ ଡୋଟେକ୍ସ ମର୍ଚାଣ୍ଡାଇଜ୍ ପ୍ରାଇଭେଟ୍ ଲିମିଟେଡ୍ର ନାମ ଉଲ୍ଲେଖ କରିଛି। କଂଗ୍ରେସ ଦଳ ଯୁକ୍ତି ଦେଇଥିଲା ଯେ, ଇଡିର ତଦନ୍ତ ଏକ ରାଜନୈତିକ ପ୍ରତିଶୋଧ ଥିଲା। ଅନ୍ୟପକ୍ଷରେ ଇଡି ଦାବି କରିଥିଲା ଯେ, ଏହା ଏକ ଗମ୍ଭୀର ଅର୍ଥନୈତିକ ଅପରାଧ ଯେଉଁଥିରେ ଠକେଇ ଏବଂ ଅଥର୍ ହେରଫେରର ପ୍ରମାଣ ମିଳିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login