କଟକ : କଟକ ଏସସିବିରୁ ଡିସଚାର୍ଜ ହେଲେ ଗ୍ୟାଙ୍ଗ ଷ୍ଟାର ସୁଶାନ୍ତ ଧଳସାମନ୍ତ । କାର୍ଡିଓଲୋଜି ବିଭାଗରେ ୬ ଦିନର ଚିକିତ୍ସା ପରେ ଡିସଚାର୍ଜ । ଡିସଚାର୍ଜ ହେଲା ପରେ ସୁଶାନ୍ତକୁ ଜେଲ ନିଆଯାଇଥିବା ସୂଚନା । ତେବେ ଦୀର୍ଘଦିନ ଧରି ବଲାଙ୍ଗୀର ଜେଲରେ ରହିବା ପରେ ହୃଦଘାତ ଓ ଉଚ୍ଚ ରକ୍ତଚାପ ସମେତ ମଧୁମେହ ରୋଗ କାରଣରୁ ଗତ ୧୭ ତାରିଖରେ ବୁର୍ଲା ଭୀମସାର ମେଡିକାଲରେ ସୁଶାନ୍ତକୁ ଭର୍ତ୍ତି କରାଯାଇଥଲା । ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ଡିସେମ୍ବର ୨୧ରେ ତାକୁ ଭୀମସାରରୁ ଲାଇଫ ସପୋର୍ଟ ସିଷ୍ଟମ ଆମ୍ବୁଲାନ୍ସ ଯୋଗେ କଡ଼ା ସୁରକ୍ଷା ବଳୟ ମଧ୍ୟରେ କଟକ ଅଣାଯାଇଥିଲା । ସେଠାରେ ତାଙ୍କୁ ଏସ୍ସିବିର ହୃଦରୋଗ ବିଭାଗରେ ଆଡ୍ମିଟ୍ କରଯାଇଥିଲା। ସୁଶାନ୍ତ ଧଳସାମନ୍ତଙ୍କୁ ହାର୍ଟଆଟାକ୍ ସହ ଉଚ୍ଚ ରକ୍ତଚାପର ସମସ୍ୟା ରହିଥିଲା ।
Views: 100