ଭୁବନେଶ୍ୱର : ଆପଣ ବି ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି କି , ଜାଣନ୍ତୁ ବଡ ଅପଡେଟ । ଏସବୁ ବ୍ୟାଙ୍କ ଆକାଉଣ୍ଟକୁ ଆସିବନି ସୁଭଦ୍ରା ଟଙ୍କା । ସବୁ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ । ନଭେମ୍ବର ୨୪ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ କେଉଁ ମାନଙ୍କ ଖାତାକୁ ସୁଭଦ୍ରା ଟଙ୍କା ଯିବ ଆସନ୍ତୁ ଜାଣିବା । ବ୍ୟାଙ୍କ ଖାତାରେ ଆଧାର ଇକେୱାଇସି ସମସ୍ୟା କିମ୍ବା ଅନ୍ୟ କୈାଣସି ଅସୁବିଧା ଯୋଗୁଁ ସରକାରଙ୍କ ତରଫରୁ ଟଙ୍କା ପଠାଯାଇଥିଲେ ମଧ୍ୟ ପହଁଚିବାରେ ବିଳମ୍ବ ହେବ କିମ୍ବା ଅଟକି ଯିବ । ସରକାରଙ୍କ ଅନୁଯାୟୀ ସୁଭଦ୍ରା ଟଙ୍କା ସିଧା ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ସୁନ୍ଦରଗଡରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ । ଏଥର ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ କିସ୍ତି ଟଙ୍କା ଯିବ ।
Views: 47