ମୟୂରଭଞ୍ଜ : ଗୁରୁବାର ଅପରାହ୍ନରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଜିଲ୍ଲାର ନବନିର୍ମିତ ହଳଦିଆ ବନ୍ଧକୁ ଲୋକାର୍ପିତ କରିଛନ୍ତି। ଏଥିସହିତ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଦ୍ଵିତୀୟ ପର୍ୟ୍ୟାୟ କାର୍ୟ୍ୟ ଯଥା ବ୍ୟାରେଜ ନିର୍ମାଣର ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି । ଜଳ ସମ୍ପଦ ବିଭାଗ ଦ୍ବାରା ଆଭାସୀ ମାଧ୍ୟମରେ ଏହି ପ୍ରକଳ୍ପଗୁଡିକର ଉଦଘାଟନ ଓ ଶିଳାନ୍ୟାସ କାର୍ୟ୍ୟକ୍ରମ ସମ୍ପନ୍ନ ହୋଇଯାଇଛି । ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଳକ ଅନ୍ତର୍ଗତ ହଳଦିଆ ଗ୍ରାମରେ ନିର୍ମିତ ବନ୍ଧ ନିକଟରେ ଲୋକାର୍ପଣ ଓ ଶିଳାନ୍ୟାସ କାର୍ୟ୍ୟକ୍ରମ ପାଇଁ ଏକ ସାଧାରଣସଭା ଅନୁଷ୍ଠିତ ହୋଇଥିଲା । ସଭାରେ ପରିବହନ ଓ ଜଳ ସମ୍ପଦ ବିଭାଗ ମନ୍ତ୍ରୀ ଟୁକୁନି ସାହୁ, ବିଦ୍ୟାଳୟ ଓ ଗଣଶିକ୍ଷା ତଥା ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି, ଜିଲ୍ଲାପାଳ ବିନୀତ ଭରଦ୍ବାଜ, ଚାଷୀ ସତ୍ୟଭାମା ନାଥ ଓ ଆନନ୍ଦ ଟୁଡୁ ସମେତ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନା ପାଇଁ ମୟୂରଭଞ୍ଜ ଓ ବାଲେଶ୍ଵର ଜିଲ୍ଲାର ଅଣଜଳସେଚିତ ଚାଷ ଜମି ଜଳସେଚନ ସୁବିଧା ମିଳିବାର ଉଦବୋଧନ ଦେଇଥିଲେ। ୩୨୨ କୋଟି ଟଙ୍କା ବ୍ୟୟରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ନିର୍ମିତ ବନ୍ଧ ଦ୍ବାରା ବାରିପଦା ଓ କୁଳିଅଣା ବ୍ଳକର ୪୦ଟି ଗ୍ରାମର ୭ ହଜାର ୫୯୦ ଜମିକୁ ପାଣି ସେଚିତ ହୋଇପାରିବା ହଳଦିଆ ବନ୍ଧକୁ ୧୯୧୦ ମସିହାରେ ତକ୍ରାଳୀନ ମୟୂରଭଞ୍ଜ ମହାରାଜା ଜଳସେଚନ ପାଇଁ ନିର୍ମାଣ କରିଥିଲେ । ସେତେବେଳେ ଜଳଧାରଣା କ୍ଷମତା ଥିଲା ୧୧୧୫ ଘନ ମିଟର । ଯାହାକି ଖରିଫ ଚାଷରେ ୨ହଜାର ୨୪୩ ହେକ୍ଟର ଜମିକୁ ଜଳସେଚିତ କରୁଥିବାବେଳେ ରବି ଚାଷ ବେଳେ ମାତ୍ର ୪୦୮ ହେକ୍ଟର ଜମି ଜଳସେଚିତ ହେଉଥିଲା ଓ ଜଳଧାରଣ କ୍ଷମତା କମ ଥିବାରୁ ବାରମ୍ବାର ସମ୍ପ୍ରସାରଣ ଓ ଜଳଧାରଣ କ୍ଷମତା ବୃଦ୍ଧି କରିବାକୁ ଦାବି ହୋଇ ଆସୁଥିଲା । ପ୍ରତୀକ୍ଷାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏଥିପାଇଁ ଜିଲ୍ଲାବାସୀ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
ସୁବର୍ଣ୍ଣରେଖା ଜଳସେଚନ ହଳଦିଆ ବ୍ୟାରେଜ୍ ଲୋକାର୍ପିତ
Facebook
Twitter
LinkedIn
Facebook
Twitter
LinkedIn
Recent News
Casino770 : analyse de son offre et de sa situation en France
Casino770 reste une marque de casino en ligne connue, avec une présence documentée depuis plusieurs années et un catalogue historique...
betriviera comparé selon le support crypto et les services bancaires en euros
Pour choisir une plateforme de casino, le moyen de dépôt compte presque autant que les jeux. Cette analyse de casino...
Betzino propose-t-il des loteries, des lootboxes ou des jeux à gains ?
Vous cherchez à savoir si Betzino propose autre chose que les machines à sous, la roulette et le casino en...
winshark casino: Wagering-Anforderungen verständlich erklärt
Wer den winshark casino Wagering Requirements näher betrachtet, sollte nicht nur auf die beworbene Bonusgröße achten. Entscheidend sind Umsatzfaktor, Höchsteinsatz,...







