ନୂଆଦିଲ୍ଲୀ : ସୁପ୍ରମକୋର୍ଟରୁ ନିରାଶ ହେଲେ କୁସ୍ତି ଯୋଦ୍ଧା । ମାମଲାକୁ ବନ୍ଦ କଲେ ସର୍ବୋଚ୍ଚ ଅଦାଲତ । ହାଇକୋର୍ଟ କିମ୍ବା ତଳକୋର୍ଟକୁ ିଯବାକୁ ନିଦେ୍ର୍ଦଶ । ମାମଲା ରୁଜୁ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ଅନ୍ୟପଟେ ଜନ୍ତର ମନ୍ତରରେ ବିଳମ୍ବିତ ରାତିରେ ପୋଲିସ ସହ ଧସ୍ତାଧସ୍ତି ପରେ ଗୁରୁବାର ସକାଳୁ ଏକ ପ୍ରେସ କନଫରନ୍ସେ କରିଛନ୍ତି ରେସଲର । ଏହି ସାମ୍ବାଦିକ ସମ୍ମିଳନୀରେ ରେସଲରମାନେ କହିଛନ୍ତି, ସେମାନଙ୍କ ଲଢେଇ ସରକାରଙ୍କ ବିରୋଧୀରେ ନୁହେଁ, ଏହି ଲଢେଇ ବ୍ରିଜ ଭୂଷଣ ଶରଣ ସିଂଙ୍କ ସହ ହେଉଛି । ଏହି ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତୀ ମାଲିବାନ ମଧ୍ୟ ଉପସ୍ଥିତ ରହିଥିଲେ ।
ସାମ୍ବାଦିକ ସମ୍ମିଳନୀରେ ବଜରଙ୍ଗ ପୁନିଆ କହିଛନ୍ତି ଯେ, ଯଦି ଖେଳାଳିଙ୍କ କଥା ଶୁଣାଯାଇପାରିବ ନାହିଁ ଏବଂ ସେମାନେ ନ୍ୟାୟ ପାଉନାହାନ୍ତି, ତେବେ ସରକାର ସେମାନଙ୍କ ପଦକ ଏବଂ ପୁରସ୍କାର ଫେରାଇ ନେବା ଉଚିତ୍। ଆମେ ଆମର ପଦକ ସରକାରଙ୍କୁ ଫେରାଇବୁ। ଏପରି ପଦକ ରଖି ଆମେ କ’ଣ କରିବୁ । ତେବେ ଜାଣିଶୁଣି ଏହି ଆନ୍ଦୋଳନକୁ ରାଜନୀତି ସହିତ ଜଡିତ କରିବାକୁ ଉଦ୍ୟମ କରାଯାଉଛି । ଆମ ଆନ୍ଦୋଳନ ନ୍ୟାୟ ପାଇଁ ଏବଂ ଏହା ସମସ୍ତଙ୍କ ସମର୍ଥନ ହାସଲ କରୁଛି।ବ୍ରିଜଭୂଷଣଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି । ତଥାପି ପୋଲିସ ତାଙ୍କୁ ଗିରଫ କରୁନି । ପୋଲିସ ତାଙ୍କ ଇଙ୍ଗତରେ କାମ କରୁଛି ବୋଲି ପୁନିଆ ଅଭିଯୋଗ କରିଛନ୍ତି ।
ସୁପ୍ରିମକୋର୍ଟରୁ କୁସ୍ତି ଯୋଦ୍ଧା ନିରାଶ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











