କୋଲକତା : ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ସିଲିଣ୍ଡର ବିସ୍ଫୋରଣ । ଏହି ବିସ୍ଫୋରଣରେ ୪ଜଣ ଶିଶୁ, ୨ଜଣ ମହିଳାଙ୍କ ଏବଂ ଜଣେ ବ୍ୟକ୍ତିଙ୍କ ସମେତ ୭ଜଣଙ୍କର ପ୍ରାଣହାନୀ ଘଟିଛି । ଏମାନଙ୍କ ବ୍ୟତୀତ ଜଣେ ମହିଳାଙ୍କୁ ଗୁରୁତର ଆହତ ଭାବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଦ୍ବାରା ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ମୃତ ଦେହ ଉଦ୍ଧାର କରିଛି । ସୋମବାର ପ୍ରାୟ ରାତି ୯ଟା ସମୟରେ ଧୋଲାଘାଟ ଗାଁର ଏକ ଘରେ ଏପରି ଦୁର୍ଘଟଣା ଦେଖିବାକୁ ମିଳିଛି । ବିସ୍ଫୋରଣର ଶବ୍ଦ ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ଫଳରେ ବିସ୍ଫୋରଣ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଯାଇଛି । ଘଟଣାସ୍ଥଳରେ ସୁନ୍ଦରବନ ଜିଲ୍ଲାର ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରିଛି । ଏଥି ସହିତ ପୋଲିସ ମଧ୍ୟ ତଦନ୍ତ ଜାରି ରଖିଛି । ଆଗରୁ ଘରେ ସଞ୍ଚିତ କରି ରଖିଥିବା ଦୁଇଟି ଗ୍ୟାସ ସହିତ ବାଣ ମଧ୍ୟ ରହିଥିବା ହେତୁ ବିସ୍ଫୋରଣ ଘଟିଛି ବୋଲି ପୋଲିସ ସନ୍ଦେହ କରୁଛି ।
ସିଲିଣ୍ଡର ବିସ୍ଫୋରଣ, ୭ ଜଣଙ୍କର ଚାଲିଗଲା ଜୀବନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











