ନୂଆଦିଲ୍ଲୀ : ସିରିୟାରେ ଏୟାର ଷ୍ଟ୍ରାଇକ କରିଛି ଆମେରିକା। ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି। ପୂର୍ବ-ସିରିୟାର ୨ଟି ସ୍ଥାନରେ ଏୟାର ଷ୍ଟ୍ରାଇକ ହୋଇଛି । F-16 ବିମାନରୁ ହୋଇଛି ବୋମାମାଡ । ଇରାନ ରିଭୋଲ୍ୟୁସନାରି ଗାର୍ଡସ ଓ ଆତଙ୍କୀ ଆଡ୍ଡାକୁ ଟାର୍ଗେଟ୍ କରାଯାଇଛି । ଇରାନ ରିଭୋଲ୍ୟୁସନାରି ଗାର୍ଡସ ଆମେରିକା ସୈନ୍ୟଙ୍କୁ ଆକ୍ରମଣ କରୁଥିଲେ । ଯାହାର କଡା ଜବାବ ଦେଇଛି ପେଣ୍ଟାଗନ । ତେବେ ଆତ୍ମରକ୍ଷା ପାଇଁ ଏୟାର ଷ୍ଟ୍ରାଇକ ହୋଇଥିବା ପ୍ରତିରକ୍ଷା ସଚିବ ଅଷ୍ଟିନ ସ୍ପଷ୍ଟ କରିଛନ୍ତି । ଦେଶର ନାଗରିକଙ୍କ ସୁରକ୍ଷା ଓ ହିତ ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା କହିଛି ଆମେରିକା । ସେହିଭଳି ସେନାର ସୁରକ୍ଷା ପାଇଁ କୌଣସି କାର୍ୟ୍ୟାନୁଷ୍ଠାନ ନେବାରେ ସଙ୍କୋଚ କରିବନି ଆମେରିକା ।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ଦ୍ଦେଶ ପରେ ତୁରନ୍ତ ଆମେରିକୀୟ ସେନା ଆକ୍ସନ ନେଇଛି । ଇରାନୀ ସମର୍ଥିତ ଆତଙ୍କୀ ସଂଗଠନ ଠିକଣାକୁ ଟାର୍ଗେଟ୍ କରି ଧ୍ବଂସ କରିଛି । ସିରିଆରୁ ଇରାକ୍ ପର୍ୟ୍ୟନ୍ତ ଆମେରିକୀୟ ସେନା ଉପରେ ମିସାଇଲ୍ ମାଡ଼ ହୋଇଥିଲା । ପେଣ୍ଟଗନ ରିପୋର୍ଟ ମୁତାବକ, ଅକ୍ଟୋବର ୧୭ ତାରିଖ ପରେ ଆମେରିକା ସୈନ୍ୟ ଠିକଣା ଓ କର୍ମୀଙ୍କ ଉପରେ ପ୍ରାୟ ୧୨ଟି ଏବଂ ସିରିଆରେ ୪ଟି ସ୍ଥାନରେ ହମଲା ହୋଇଥିଲା । ବାୟୁସେନା ବ୍ରିଗେଡିୟର ଏବଂ ଜେନେରାଲ ପୈଟ୍ ରାଇଡର କହିଛନ୍ତି, ଏହି ହମଲାରେ ୨୧ ଆମେରିକୀୟ କର୍ମୀ ଆହତ ହୋଇଥିଲେ । ତେଣୁ ଇରାକର ଅଲ-ଅଲଦ ଏୟାରବେସ୍ ଓ ସିରିଆର ଅଲ-ତନଫ ଗୈପିସନକୁ ଟାର୍ଗେଟ୍ କରାଯାଇଛି । ଏହି ହମଲାରେ ବିଶେଷ କରି ମାନବ ବିହୀନ ଡ୍ରୋନ୍ ବ୍ୟବହାର କରାଯାଇଛି ।
ସିରିୟାରେ ଆମେରିକାର ଏୟାର ଷ୍ଟ୍ରାଇକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











