ନୂଆଦିଲ୍ଲୀ : ଲେବାନନ୍ ରାସ୍ତା ଦେଇ ଭାରତ ପେରୁଥିବା ସୂଚନା । ଏୟାରଲିଫ୍ଟ ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା । ଭାରତୀୟ ଦୂତାବାସ ସହ ସମ୍ପର୍କରେ ରହିବାକୁ ପରାମର୍ଶ । ସେଠାରୁ ବାଣିଜ୍ୟିକ ବିମାନ ଯୋଗେ ଭାରତ ଫେରିବେ। ଦାମସକସ୍ ଓ ବେରୁଟରେ ଥିବା ଭାରତୀୟ ଦୂତାବାସର ସହଯୋଗରେ ଏମାନଙ୍କୁ ଉଦ୍ଧାର କରାଯାଇଛି । ସିରିଆରେ ସୁରକ୍ଷା ସ୍ଥିତି ସଂପୂର୍ଣ୍ଣ ବିଗିଡ଼ିବା ପରେ ସେଠାରେ ରହୁଥିବା ଭାରତୀୟମାନେ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଦୂତାବାସ ସହ ଯୋଗାଯୋଗ କରିଥିଲେ । ସିରିଆରେ ଥିବା ଭାରତୀୟମାଙ୍କୁ ତୁରନ୍ତ ପଳାଇ ଆସିବାକୁ ଦୂତାବାସ ପକ୍ଷରୁ ମଧ୍ୟ ପରାମର୍ଶ ଦିଆଯାଇଥିଲା । ବିଦ୍ରୋହୀମାନେ ଦାମସ୍କସକୁ କବଜା କରିବା ପରେ ରାଜନୈତିକ ଅସ୍ଥିରତା ଲାଗି ରହିଛି। ସେହିପରି ଦୁଇ ଦିନରେ ଇସ୍ରାଏଲ୍ ୩୦୦ରୁ ଅଧିକ ମିଶାଇଲ ମାଡ଼ କରିଛି । ଅସଦ ଶାସନର ବିପଜ୍ଜନକ ଅସ୍ତ୍ର ସିରିଆରେ ବିଦ୍ରୋହୀଙ୍କ ହାତରେ ପଡିପାରେ ଇସ୍ରାଏଲ ଆଶା କରୁଥିବା ବେଳେ ଏଥିରୁ ବର୍ତ୍ତାଇବା ପାଇଁ ସେ ଅସ୍ତ୍ରଶସ୍ତ୍ର ଭଣ୍ଡାର ଉପରେ ଆକ୍ରମଣ ଜାରି ରଖିଛି । ତେବେ ଯଦି ଏହି ଆକ୍ରମଣ ଆଉ କିଛିଦିନ ଲାଗି ରୁହେ ତାହେଲେ ଖୁବ୍ କମ୍ ଦିନ ଭିତରେ ସିରିଆ ବାୟୁସେନା ଧ୍ବସଂ ପାଇଯିବ ବୋଲି କୁହାଯାଇଛି । ଏହାରି ଭିତରେ ଭାରତୀୟକୁ ସିରିଆ ଯିବା ପାଇଁ ବାରଣ କରାଯାଇଛି । ଏହାସହିତ ଯେଉଁମାନେ ସିରିଆରେ ରହିଛନ୍ତି, ସେମାନଙ୍କୁ ସତର୍କତା ସହ ରହିବା ପାଇଁ କୁହାଯାଇଛି ।
ସିରିୟାରୁ ୭୫ ଭାରତୀୟଙ୍କୁ ଏୟାରଲିଫ୍ଟ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











