ନୂଆଦିଲ୍ଲୀ : ସିରିଆରେ ଭୟଙ୍କର ରୂପ ନେଉଛି ଗୃହ ଯୁଦ୍ଧ। ଟ୍ରାଭେଲ ଆଡଭାଇଜରି ଜାରି କଲା ଭାରତ। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସିରିଆ ନଯିବାକୁ ପରାମର୍ଶ ଦିଆଯାଇଛି। ଶୀଘ୍ର ସିରିଆ ଛାଡ଼ି ପଳାଇ ଆସିବାକୁ କୁହାଯାଇଛି। ଏନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ଆଡଭାଇଜରି। ଲୋକଙ୍କ ପାଇଁ ହେଲ୍ପଲାଇନ ନମ୍ବର +୯୬୩୯୯୩୩୮୫୯୭୩ ଜାରି କରିଛି ଭାରତ। ଉତ୍ତର ସିରିଆରୁ ଏଯାଏଁ ବିସ୍ଥାପିତ ହେଲେଣି ବିଭିନ୍ନ ଦେଶର ୨ ଲକ୍ଷ ୮୦ ହଜାର ନାଗରିକ। ବିଦ୍ରୋହୀଙ୍କ ହିଂସା ବଢୁଥିବାରୁ ଭାରତୀୟ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କରିଛି ବିଦେଶ ମନ୍ତ୍ରାଳୟ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ସିରିଆ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ସେଠାରେ ଥିବା ଭାରତୀୟଙ୍କ ପାଇଁ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ଜାରି ସିରିଆରେ ଥିବା ଭାରତୀୟ ଦୂତାବାସ। ଏହି ନମ୍ବରରେ ହ୍ବାଟ୍ସ ଆପ୍ କରିବାକୁ ବି କୁହାଯାଇିଛି।
Views: 68











