ବିବାହ ବନ୍ଧନରେ ବାନ୍ଧିହେବେ ଓଲିଉଡର ଚଲବୁଲି ନାୟିକା ତମନ୍ନା । ଓଡିଶାର ସୁପ୍ରିଦ୍ଧ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କ ବୋହୂ ହେବେ ତମନ୍ନା । ୮୦ ଦଶକୁ ସଂଗୀତ ଦୁନିଆରେ ରାଜ କରୁଥିବା ନମିତା ଅଗ୍ରୱାଲଙ୍କ ବୋହୂ ହୋଇ ତାଙ୍କ ଘରକୁ ଯିବେ ତମନ୍ନା । ଆଗକୁ ନମିତା ଅଗ୍ରୱାଲଙ୍କ ବଡ ପୁଅ ସିଦ୍ଧାର୍ଥ ଅଗ୍ରୱାଲଙ୍କ ସହ ତମନ୍ନାଙ୍କ ନିର୍ବନ୍ଧ ହେବାକୁ ଯାଉଛି । ଏହା ପୂର୍ବରୁ ପ୍ରି ବ୍ୱେଡିଂର ଫଟୋସୁଟ ମଧ୍ୟ ଶେଷ ହୋଇ ଯାଇଛି । ଏହା ପରେ ଦର୍ଶକ ଦୁହିଁଙ୍କ ବିବାହକୁ ଅପେକ୍ଷା କରିଛନ୍ତି । କିଛି ଦିନ ମଧ୍ୟରେ ତମନ୍ନା ଏବଂ ସିଦ୍ଧାର୍ଥଙ୍କର ରିଂ ସେରିମନି ହେବାକୁ ଯାଉଛି । ଆଗକୁ ନମିତା ଅଗ୍ରୱାଲଙ୍କ ବୋହୂ ହୋଇଯିବେ ତମନ୍ନା । ତେବେ ଦର୍ଶକବନ୍ଧୁ ଆପଣମାନେ ତମନ୍ନାଙ୍କୁ ତ ବେଶ ଭଲ ଭାବେ ଜାଣିଥିବେ । ଦୀର୍ଘଦିନ ଧରି ସେ ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଆସୁଛନ୍ତି । ଓଲିଉଡ ଇଣ୍ଡଷ୍ଟ୍ରିରେ ୬ ବର୍ଷ ହେବ ରାଜ କରୁଛନ୍ତି । ସୁପରଷ୍ଟାର ଅନୁଭବଙ୍କ ସହ ସେ ଲିଡ ଅଭିନେତ୍ରୀ ଭାବେ ଅଭିନୟ କରିବାର ନଜର ଆସିଛନ୍ତି । ଏହା ସହ ବାବୁଶାନ ,ଅଦେ୍ର୍ଧନ୍ଦୁ,ଜ୍ୟେତି ସମ୍ବିତଙ୍କ ସହ ମଧ୍ୟ ଅଭିନୟ କରିଛନ୍ତି । ଏକ ରିୟଲିଟି ଶୋରେ ରଜ କ୍ୱିନ ଏବଂ ମୁଁ ବି ହେବି ହିରୋଇନ ରେ ନଜର ଆସିଥିଲେ ତମନ୍ନା । ଏହା ପରେ ପ୍ରଥମେଏକ କମେଡି ଫିଲ୍ମ ଜୋକର ରେ ଅଭିନୟ କରିଥିଲେ କିନ୍ତୁ ତାହା ରିଲିଜ ହୋଇପାରି ନ ଥିଲା । ଏହା ପରେ ଭାଇନା କଣ କଲା ସେ ରେ ସେ ନଜର ଆସିଥିଲେ । ତାଙ୍କର ସୁନ୍ଦର ଅଭିନୟ ଦ୍ୱାରା ସାରା ଓଡିଶାବାସୀଙ୍କ ମନକୁ ସେ କିଣି ନେଇଛନ୍ତି ।
ସିଦ୍ଧାର୍ଥଙ୍କୁ ବିବାହ କରିବେ ତମନ୍ନା

Facebook
Twitter
LinkedIn
Facebook
Twitter
LinkedIn
Recent News
ଔଷଧୀୟ ଗୁଣରେ ଭରପୁର ରସୁଣ ; କ୍ୟାନ୍ସର ହେବାର ସମ୍ଭାବନାକୁ କମାଇଥାଏ !
ବ୍ୟୁରୋ : ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ...
ପୋଲିସ SI ପରୀକ୍ଷା କେଁ ; ଲୁକ ଆଉଟ ସର୍କୁଲାର ଜାରି
ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । ଜାରି ହେଲା ଲୁକଆଉଟ ସର୍କୁଲାର । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ।...
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ
କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...
ସୁନା ପରେ ଏବେ ରୁପା ଦର ଉପରମୁହାଁ ; ରୁପା କେଜି ୧ ଲକ୍ଷ ୯୦ ହଜାର ଛୁଇଁଲାଣି
ବ୍ୟୁରୋ : ଧନତେରାସ ପୂର୍ବରୁ ସୁନା ରୁପା ଦର ଏବେ ବଢିବାରେ ଲାଗିଛି । ସୁନା ପରେ ଏବେ ରୁପା ଦର ଖୁବ ବଢିଲାଣି । ଅକ୍ଟୋବର...