The Ultimate Managed Hosting Platform
ADVERTISEMENT

ସିଜେଆଇଙ୍କୁ ୨୧ ଅବସରପ୍ରାପ୍ତ ବିଚାରପତିଙ୍କ ଚିଠି

Facebook
Twitter
LinkedIn

ନୂଆଦିଲ୍ଲୀ : ସିଜେଆଇଙ୍କୁ ୨୧ଜଣ ଅବସରପ୍ରାପ୍ତ ବିଚାରପତି ଚିଠି ଲେଖିଲେ । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କୁ ଲେଖିଲେ ଚିଠି। କିଛି ବ୍ୟକ୍ତି ନିଜ ରାଜନୈତିକ ଓ ଅନ୍ୟାନ ସ୍ବାର୍ଥ ହାସଲ କରିବା ପାଇଁ ନ୍ୟାୟ ବ୍ୟବସ୍ଥା ଉପରେ ଅଙ୍ଗୁଳି ଉଠାଉଛନ୍ତି । ଏଭଳି ବ୍ୟକ୍ତିବିଶେଷ ଓ ସଂଗଠନ ଉପରେ ଅଙ୍କୁଶ ନଲଗାଇଲେ,ନ୍ୟାୟାଳୟର ଗାରିମା କ୍ଷୁର୍ଣ୍ଣ ହେବା ଆଶଙ୍କା ରହିଛି । କିଛି ଗୋଷ୍ଠୀଙ୍କ ଦ୍ବାରା ସାମାଜିକ ଗଣମାଧ୍ୟମରେ ଦିଆଯାଉଥିବା ପ୍ରତିକ୍ରିୟା ମାଧ୍ୟମରେ ନ୍ୟାୟତନ୍ତ୍ରକୁ ଦୁର୍ବଳ କରିବାକୁ ଚେଷ୍ଟା କରାଯାଉଥିବା ଚିଠିରେ ଉଲ୍ଲେଖ କରାଯାଇଛି। ସୁପ୍ରିମକୋର୍ଟର ୪ଜଣ ଅବସରପ୍ରାପ୍ତ ବିଚାରପତି ଓ ହାଇକୋର୍ଟର ୧୭ ଜଣ ଅବସରପ୍ରାପ୍ତ ବିଚାରପତି ଲେଖିଛନ୍ତି ମିଳିତ ଚିଠି। ଏ ସମସ୍ତ ଘଟଣାରେ ମୁଖ୍ୟ ବିଚାରପତିଙ୍କ ହସ୍ତକ୍ଷେପ ଦାବି କରିଛନ୍ତି ପୂର୍ବତନ ବିଚାରପତି ମାନେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login