ମୟୁରଭଞ୍ଜ (ଦୀନକୃଷ୍ଣ ପାତ୍ର ) : ରକ୍ତ ଦାନ ମହତ୍ ଦାନ । ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ଜଗତର ‘ଭୀଷ୍ମ ପିତାମହ’ ସ୍ବର୍ଗତ ଅମରେନ୍ଦ୍ରଲାଲ ବୋଷଙ୍କ ସ୍ମୃତିରେ ଏକ ରକ୍ତଦାନ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି । ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଜିଲ୍ଲା ସାମ୍ବାଦିକ ପରିବାର, ମୟୂରଭଞ୍ଜ ପକ୍ଷରୁ ଆୟୋଜିତ ଶିବିରକୁ ଜିଲ୍ଲାପାଳ ହେମକାନ୍ତ ସଏ ଉଦଘାଟନ କରିଥିଲେ ଜ୍ଝ ଉଦଘାଟନ କାର୍ୟ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି, ବରିଷ୍ଠ ସାମ୍ବାଦିକ କଲ୍ୟାଣ କୁମାର ସିହ୍ନା, ରାମଚନ୍ଦ୍ର ଦାସ, ସୁକାନ୍ତ କୁମାର ଜିଉ, କବିବିଷ୍ଣୁ ଶତପଥୀ, ବିଭୁଦତ୍ତ ଦାସ ଓ ସମାଜସେବୀ ଅମରସେଠୀ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ଓ ଜିଲ୍ଲା କୋଣ ଅନୁକୋଣରୁ ସାମ୍ବାଦିକ ଓ ସ୍ୱେଚ୍ଛାକୃତ ରକ୍ତଦାତା ରକ୍ତଦାନ କରି ସ୍ୱର୍ଗତ ଅମରେନ୍ଦ୍ର ଲାଲଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ଶେଷରେ ରକ୍ତଦାତାଙ୍କୁ ପ୍ରମାଣପ ପ୍ରମାଣପତ୍ର ଓ ରକ୍ତଦାତା କାର୍ଡ ସହିତ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବଦ୍ଧିତ କରାଯାଇଥିଲା । ଶିବିର ପରିଚାଳନାରେ ଅସୀମ ଚକ୍ରବର୍ତ୍ତୀ, ସୋମନାଥ ସିଂ ଓ ଶ୍ରୀମା’ ମହିଳା ମହାବିଦ୍ୟାଳୟର ସ୍ୱେଚ୍ଛାସେବୀ ସହଯୋଗ କରିଥିଲେ ।