ଭୁବନେଶ୍ବର : ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ମୃତ୍ୟୁ ମାମଲାରେ ସ୍ୱାମୀ ଶ୍ରୀଧର ଜେନାଙ୍କୁ ଗିରଫ କରିଛି ପୁଲିସ୍ । ଶ୍ରୀଧରଙ୍କ ବିରୋଧରେ ମୃତ ମଧୁମିତାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବା ବେଳେ ଭୁବନେଶ୍ୱରର ଧଉଳି ଥାନା ପୁଲିସ ତାଙ୍କୁ ଗିରଫ କରିଛି। ମଧୁମିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ୍ ଶ୍ରୀଧରଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ତାଙ୍କ ଭାଇଙ୍କୁ ପଚରାଉଚରା କରୁଛି।
ପ୍ରଥମେ ଅଟକ ରଖି ପଚରାଉଚରା କରିବା ପରେ ପୁଲିସ୍ ଶ୍ରୀଧର ଜେନାଙ୍କୁ ଗିରଫ କରିଥିଲା। ମଧୁମିତାଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ହତ୍ୟା ମାମଲା ରୁଜୁ ହୋଇଛି। ଗତକାଲି ରାତିରେ ରେଳ ଧାରଣାରୁ ମଧୁସ୍ମିତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।
Views: 71