ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ରାଜପୁର ଗାଁରେ ଘଟିଛି ଅଭାବନୀୟ ଘଟଣା । ରାତିରେ ଶୋଇଥିବା ବେଳେ ଭାଇ ଭଉଣୀକୁ କାମୁଡିଲା ସାପ । କିନ୍ତୁ ପରିବାର ଲୋକେ ଡାକ୍ତରଙ୍କ ବଦଳରେ ଗୁଣିଆଙ୍କ ପାଖକୁ ନେଇଥିଲେ । ପରେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ଉମରକୋଟ ମେଡିକାଲକୁ ନେଇଥିଲେ । ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ହେଲେ ଭାଇ ଋତୁରଜ ହରିଜନ ଏବଂ ଭଉଣୀ ଅମିତା ହରିଜନ ।ଚିକିତ୍ସାରେ ବିଳମ୍ବତା ଯୋଗୁଁ ଅକାଳରେ ଚାଲିଗଲା ଭାଇଭଉଣୀଙ୍କ ଜୀବନ। ସଚେତନତା ଅଭାଵରୁ ଆଜି ବି ଲୋକେ ମେଡିକାଲ ଉପରେ ଭରସା ନକରି ଗୁଣି ଗାରେଡି ଉପରେ ଭରସା କରୁଛନ୍ତି । ସେପଟେ ଗ୍ରାମାଞ୍ଚଳରେ ସଚେତନତାର ଆବଶ୍ୟକତା ରହିଛି କହିଲେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ।
Views: 59











