ପଟ୍ଟାମୁଣ୍ଡାଇ : ସାପ କାମୁଡାରେ ଚାଲିଗଲା ପୁଅର ଜୀବନ । ପୁଅକୁ ହରାଇ ମାଆ ଏବେ ସ୍ତବ୍ଧ ପାଲଟି ଯାଇଛି । ବନ୍ୟା ପାଣିର କରାଳ ରୂପ ପାଇଁ ଠିକ୍ ସମୟରେ ପୁଅକୁ ହସ୍ପିଟାଲରେ ପହଞ୍ଚାଇ ପାରିଲେନି ଘର ଲୋକେ । ରାସ୍ତା ମଝିରେ ହିଁ ପୁଅ ପାଟିରୁ ଫେଣ ବାହାରିଲା । ଛାଟିପିଟି ହୋଇ ରାସ୍ତା ମଝିରେ ହିଁ ପୁଅର ଜୀବନ ଚାଲିଗଲା ।ମୃତ ଶିଶୁ ହେଲେ ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ପଞ୍ଚାୟତ ତେଲିପାଟଣା ଗାଁର ନାରାୟଣ ପ୍ରସାଦ ସାହୁଙ୍କ ୪ ବର୍ଷର ପୁଅ ଅନ୍ତର୍ୟ୍ୟାମୀ ସାହୁ । ଦୁନିଆ କଣ ଜାଣିବା ଆଗରୁ ଦୁନିଆରୁ ବିଦାୟ ନେଇଗଲା ୪ ବର୍ଷର ଶିଶୁ । ହୁଏତ ଗାଁରେ ବନ୍ୟା ପାଣି ଘେରି ନଥିଲେ ପୁଅର ଆଜି ଜୀବନ ବଞ୍ଚି ଯାଇଥାନ୍ତା ।
Views: 67











