The Ultimate Managed Hosting Platform
ADVERTISEMENT

ସାନ ଭାଇକୁ ମାରି ଥାନାରେ ଆତ୍ମ ସମର୍ପଣ

Facebook
Twitter
LinkedIn

ଭବାନୀପାଟଣା : ଭାଇ ସାଜିଲା ବଇରୀ । ସାନ ଭାଇକୁ ହତ୍ୟା କଲା ବଡ ଭାଇ । ପାରିବାରିକ କଳହରୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା । । ଟାଉନ ଥାନା ବାହାଦୁର ବଗିଚାପଡାରେ ହତ୍ୟାକାଣ୍ଡ । ହତ୍ୟା ପରେ ଟାଉନ ଥାନାରେ ବଡ ଭାଇର ଆତ୍ମସମର୍ପଣ । ଅଭିଯୋଗ ଅନୁୟାୟୀ, ଗତକାଲି ବିଳମ୍ବିତ ରାତିରେ ସାନ ଭାଇ ଗଣେଶ ବାଗ ଓ ବଡ଼ ଭାଇ ମହେନ୍ଦ୍ର ବାଗଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ମହେନ୍ଦ୍ର ଏକ ପେଚକଚ ସାହାଯ୍ୟରେ ଗଣେଶଙ୍କ ଛାତି ଓ ପେଟକୁ ବାରମ୍ବାର ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଜଘନ୍ୟ କାଣ୍ଡ ଘଟାଇବା ପରେ ବଡ଼ଭାଇ ମହେନ୍ଦ୍ର ନିଜେ ଟାଉନ ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲେ। ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login