ଭୁବନେଶ୍ୱର : ରାଜ୍ୟସ୍ତରୀୟ ପରେଡ୍ ପାଇଁ ଭୁବନେଶ୍ଵର ଗାନ୍ଧିମାର୍ଗରେ ହୋଇଛି ଫୁଲ୍ ଡ୍ରେସ ରିହରସଲ୍ । ଫୁଲଡ୍ରେସ୍ ରିହରସାଲରେ ପୋଲିସ ମହାନିର୍ଦେଶକ ଅତିଥିଭାବେ ଯୋଗଦେଇ ପୂରା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ଚଳିତ ଥର ପରେଡ଼ ନେତୃତ୍ୱ ନେଇଛନ୍ତି ଯୁବ ଆଇପିଏସ୍ ଭୋସଲେ ଶୁଭମ ସଞ୍ଜୟ। ସେ ଏବେ ସମ୍ବଲପୁର ଅତିରିକ୍ତ ଏସ୍ପି ଭାବେ କାର୍ୟ୍ୟ ତୁଲାଉଛନ୍ତି । ଏଥର ପରେଡ଼୍ରେ ସିଆରପିଏଫ , ୧୨୦ ବାଟାଲିୟନ, ଆଇଟିବିପି, ଏଏସବିଏନ୍, ଅଗ୍ନିଶମ, ଏସଓଜି ସମେତ ୪୫ଟି ଟ୍ରୁପ୍ ଭାଗ ନେବେ । ଚଳିତବର୍ଷ ପରେଡରେ ୫୦ରୁ ଅଧିକ ଟ୍ରୁପ୍ ସାମିଲ ହେବେ। ରିହରସଲ ସମୟରେ ଡେୟାର ଡେଭିଲ୍ସ ଓ ଉତ୍କଳ ସ୍କେଟିଂ ଟିମ୍ କଳାକୌଶଳ ପ୍ରଦର୍ଶନ କରିଥିଲେ।
Views: 25