କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ସାତଭାୟା ବଗପାଟିଆ ଥଇଥାନ କଲୋନୀ ହେବ ଆଦର୍ଶ କଲୋନୀ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପର୍ୟ୍ୟାୟରେ ୨୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ୫ଟି ସଚିବ ଭିକେ ପାଣ୍ଡିଆନଙ୍କ କ୍ଷେତ୍ର ପରିଦର୍ଶନର ୨୪ ଘଣ୍ଟା ମଧ୍ୟରେ ଏହି ପ୍ୟାକେଜ ମଞ୍ଜୁର ହୋଇଛି । ଫାଇଭ-ଟି ଉପକ୍ରମରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବିକାଶ କାମ ଶେଷ ହେବ । ଆବଶ୍ୟକତା ଭିତ୍ତିରେ ଲୋକଙ୍କୁ ଚାଷ ଜମି ମଧ୍ୟ ଦିଆଯିବ । ଜଳବାୟୁ ପରିବର୍ତ୍ତନ ପ୍ରଭାବିତ ଲୋକଙ୍କ ପାଇଁ ଦେଶର ପ୍ରଥମ ଥଇଥାନ କଲୋନୀ ।
Views: 71