The Ultimate Managed Hosting Platform
ADVERTISEMENT

ସାଉଦି ଆରବ ଗସ୍ତ ଅଧାରୁ ଭାରତ ଫେରିଲେ ପ୍ରଧାନମନ୍ତ୍ରୀ, ଫେରିବା ବେଳେ ପାକିସ୍ତାନ ଏୟାରସ୍ପେସକୁ ବ୍ୟବହାର କରିନଥିଲେ ମୋଦି

Facebook
Twitter
LinkedIn

ନୂଆଦିଲ୍ଲୀ : ସାଉଦି ଆରବ ଗସ୍ତ ଅଧାରୁ ଭାରତ ଫେରିଲେ ପ୍ରଧାନମନ୍ତ୍ରୀ । ନୂଆଦିଲ୍ଲୀରେ ପହଁଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆତଙ୍କୀ ହମଲା ଯୋଗୁଁ ଗସ୍ତ ଅଧାରୁ ଫେରିଆସିଲେ । ୨ ଦିନିଆ ସାଉଦି ଆରବ ଗସ୍ତରେ ଯାଇଥିଲେ ପିଏମ । ଭାରତ ଫେରିବା ସମରେ ମୋଦିଙ୍କ ବିମାନ ପାକିସ୍ତାନ ଏୟାରସ୍ପେସକୁ ବ୍ୟବହାର କରିନଥିଲେ । ମୋଦିଙ୍କ ବିମାନ ଭାରତ ଫେରୁଥିବା ବେଳେ ପାକିସ୍ତାନର ଏୟାରସ୍ପେସକୁ ନ ଯାଇ ଅନ୍ୟ ବିକଳ୍ପ ବାଟ ଦେଇ ଦିଲ୍ଲୀରେ ପହଞ୍ଚିଥିଲେ ।
ପ୍ରଧାନମନ୍ତ୍ରୀ ମୋଦି ଦୁଇଦିନିଆ ସାଉଦି ଆରବ ଗ୍ରସ୍ତରେ ଯାଇଥିଲେ । ଏଠାରେ ସାଉଦିର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ସହିତ ବୈଠକ କରିବାର ଥିଲା । ସାଉଦି ଆରବରେ ମୋଦିଙ୍କୁ ଭବ୍ୟ ସ୍ବାଗତ ମଧ୍ୟ କରାଯାଇଥିଲା । କିନ୍ତୁ ପହଲଗାମ ଆତଙ୍କୀ ଆକ୍ରମଣ ପରେ ମୋଦି ଗସ୍ତ ଅଧାରୁ ଫେରି ଆସିଥିଲେ ।
ପହଲଗାମ ଆତଙ୍କୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ମୋଦି ସାଉଦି ଆରବରୁ ଫେରିଆସି ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିଥିଲେ । ଦିଲ୍ଲୀରେ ପହଂଚି ସ୍ଥିତି ସମୀକ୍ଷା କରିଛନ୍ତି। ଦିଲ୍ଲୀ ଏୟାରପୋର୍ଟରେ ପ୍ରଥମ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଠକରେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର, NSA ଅଜିତ ଡୋଭାଲ, ବୈଦେଶିକ ସଚିବ ବିକ୍ରମ ମିଶ୍ରି ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଆଜି ସୁରକ୍ଷା ସଂପର୍କିତ କ୍ୟାବିନେଟ ବୈଠକରେ ଏ ସଂପର୍କରେ ମଧ୍ୟ ଆଲୋଚନା ହେବ । ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଅଧ୍ୟକ୍ଷତା କରିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login