ଭୁବନେଶ୍ୱର : ଶେଷ ଥର ପାଇଁ ସାଂସଦ ଭାବେ ଲଢିବାକୁ ଚାହୁଁଛି କହିଲେ ଜୁଏଲ ଓରାମ । ବିଧାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ପରେ ପ୍ରତିକ୍ରିୟା ଦେଲେ ଜୁଏଲ । ସାଂସଦ ଭାବେ ଲଢିବାକୁ ଚାହୁଁଛି, ବିରୋଧୀଙ୍କ ଚର୍ଚ୍ଚା ଫରକ ପକାଇବ ନାହିଁ । ଯଦି କେନ୍ଦ୍ର ଚାହେଁ , ତେବେ ବିଧାନସଭା ଲଢିବା ବିଷୟରେ ଚିନ୍ତା କରିବି । ଜୁଏଲ ଓରାମ ହେଉଛନ୍ତି ଜଣେ ଟାଣୁଆ ଆଦିବାସୀ ନେତା । ଗତ ୨୦୧୯ ନିର୍ବାଚନରେ ସେ ରେକର୍ଡ ୨ ଲକ୍ଷ ୨୩ ହଜାର ଭୋଟ୍ ବ୍ୟବଧାନରେ ଜିତିଥିଲେ । ୧୯୮୯ ମସିହାରେ ରାଜନୀତିରେ ପ୍ରବେଶ କରିବା ପରେ ବିଜେପି ଟିକେଟ୍ରୁ ସେ ଦୁଇ ଥର ବଣାଇ ବିଧାୟକ ହୋଇଛନ୍ତି । ଏହା ପରେ ୧୯୯୮ ମସିହାରେ ତାଙ୍କୁ ଲୋକସଭା ପ୍ରାର୍ଥୀ କରିଥିଲା ଦଳ ।
Views: 64