The Ultimate Managed Hosting Platform
ADVERTISEMENT

ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ପୁଣି ବିରୋଧ, ଭୁବନେଶ୍ୱର ବୁଧେଶ୍ୱର କଲୋନୀରେ ଦୀର୍ଘ ୨ ଘଣ୍ଟା ବନ୍ଦୀ

Facebook
Twitter
LinkedIn

ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିରୋଧ । ଦୀର୍ଘ ୨ ଘଣ୍ଟା ବନ୍ଦୀ ରହିଲେ ସାଂସଦ । ପୋଲିସକୁ କଲେ ଅପେକ୍ଷା । ଭୁବନେଶ୍ୱର ୪୩ ନମ୍ବର ୱାର୍ଡ ବୁଧେଶ୍ୱରୀ କଲୋନୀରେ ଅପରାଜିତା ବିରୋଧରେ ସମ୍ମୁଖୀନ ହୋଇଛନ୍ତି । ସୋମବାର ରାତିରେ ଅପରାଜିତା ଷଡଙ୍ଗୀ ଜନସମ୍ପର୍କ ସଭାକୁ ଆସୁଥିବାବେଳେ ଏକ ଗୋଷ୍ଠୀ ତାଙ୍କୁ ବିରୋଧ କରିଛନ୍ତି । ଏହାକୁ ନେଇ ଅପରାଜିତାଙ୍କ ସମର୍ଥକ ଓ ବିରୋଧୀ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ବିକ୍ଷୋଭକାରୀଙ୍କ ଅଭିଯୋଗ ସାଂସଦଙ୍କ ଗତ ୪ ବର୍ଷ ହେଲା ଦେଖା ମିଳୁନଥିଲା । ଦିନେ ମଧ୍ୟ ସାଂସଦଙ୍କ ପାଦ ୪୩ ନଂ ୱାର୍ଡରେ ପଡିନାହିଁ ।
ଏବେ ନିର୍ବାଚନ ପାଖେଇ ଆସିବାରୁ ସାଂସଦ ପୁଣି ଆସୁଥିବାରୁ ତାଙ୍କୁ ବିରୋଧ କରାଯାଉଥିବା ବିକ୍ଷୋଭକାରୀ କହିଛନ୍ତି । ବିରୋଧ ପରେ ଜନସମ୍ପର୍କ ସମାବେଶର ଯୋଗଦେଇଥିଲେ ଅପରାଜିତା ଷଡଙ୍ଗୀ । ଅନ୍ୟପଟେ ବିରୋଧ ପ୍ରଦର୍ଶନକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଭୁବନେଶ୍ୱର ସାଂସଦା ସାଂସଦ କହିଛନ୍ତି ଦୀର୍ଘ ୨ ଘଂଟା ଧରି ଲୋକେ ତାଙ୍କୁ ବନ୍ଦୀ କରି ରଖିଥିଲେ । ଜଣେ ନିର୍ବାଚିତ ଜନପ୍ରତିନିଧିଙ୍କ ସହ ଏଭଳି ବ୍ୟବହାର ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ପ୍ରୋତ୍ସାହନରେ ହୋଇଛି ବୋଲି ଅଭିଯୋଗ କରିଛନ୍ତି ଅପରାଜିତା ଷଡଙ୍ଗୀ । ସାଂସଦଙ୍କୁ ଏପରି ବ୍ୟବହାର ନେଇ ସାଧାରଣରେ ବି ନିନ୍ଦା କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login