The Ultimate Managed Hosting Platform
ADVERTISEMENT

ସାଂସଦଙ୍କ ବଢିଲା ଦରମା

Facebook
Twitter
LinkedIn

ଭୁବନେଶ୍ୱର : ସାଂସଦଙ୍କ ଦରମା ଓ ଭତ୍ତା ବୃଦ୍ଧି କଲେ କେନ୍ଦ୍ର ସରକାର । ସାଂସଦଙ୍କ ଦରମା ୧ ଲକ୍ଷରୁ ୧ ଲକ୍ଷ ୨୪ ହଜାର ଟଙ୍କାକୁ ବୃଦ୍ଧି । ସାଂସଦଙ୍କ ଦୈନିକ ଭତ୍ତା ୨ ହଜାରରୁ ୨୫୦୦କୁ ବଢିଲା । ପୂର୍ବତନ ସାଂସଦଙ୍କ ପେନସନ ୨୫ ହଜାରରୁ ୩୧ ହଜାରକୁ ବୃଦ୍ଧି । ସରକାର ଏ ସମ୍ପର୍କରେ ଏକ ବିଜ୍ଞପ୍ତି ମଧ୍ୟ ଜାରି କରିଛନ୍ତି। ପୂର୍ବରୁ, ୨୦୧୮ ଏପ୍ରିଲରେ ସାଂସଦଙ୍କ ଦରମା ଏବଂ ଭତ୍ତା ବୃଦ୍ଧି କରାଯାଇଥିଲା। ଖର୍ଚ୍ଚ ମୁଦ୍ରାସ୍ଫୀତି ସୂଚକାଙ୍କ ଆଧାରରେ ସାଂସଦଙ୍କ ଦରମା ଏବଂ ଭତ୍ତା ବୃଦ୍ଧି କରାଯାଇଛି । ୨୦୧୮ ମସିହାରୁ କାର୍ୟ୍ୟକାରୀ ହୋଇଥିବା ନିୟମ ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି, ଯେଉଁଥିରେ ପ୍ରତି ପାଞ୍ଚ ବର୍ଷରେ ଥରେ ସାଂସଦଙ୍କ ଦରମା ଏବଂ ଭତ୍ତା ସମୀକ୍ଷା କରିବାର ବ୍ୟବସ୍ଥା ଅଛି । ଏହି ସମୀକ୍ଷା ମୁଦ୍ରାସ୍ଫୀତି ହାର ଉପରେ ଆଧାରିତ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...

Login