ପଟ୍ଟାମୁଣ୍ଡାଇ : ସର୍ଟ ସର୍କିଟ ଯୋଗୁଁ ହୁତୁହୁତୁ ହୋଇ ଜଳିଗଲା ତିନି ବଖରା ଘର । ଜଳି ପୋଡ଼ି ପାଉଁଶ ହୋଇଗଲା ସମସ୍ତ ଦାମୀ ଜିନିଷ ପତ୍ର । ବାସହରା ହୋଇଗଲେ ପରିବାର ଲୋକେ । ଦୁଃଖ ଦୁର୍ଦ୍ଦଶାରେ ଏବେ ୭ ପ୍ରାଣୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଦିହୁଡିପୁର ପଞ୍ଚାୟତ ସୁଜୁନପୁର ଗାଁରେ। ସୁଜୁନପୁର ଗାଁର ସୁଦର୍ଶନ ମଳିକଙ୍କ ଘରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ପାଖ ତ୍ରିଲୋଚନ ମଳିକଙ୍କ ରୋଷେଇ ଘରକୁ ନିଆଁ ଲାଗିଥିଲା। ସୁଦର୍ଶନ ମଳିକଙ୍କ ତିନି ବଖରା ନଡ଼ା ଛପର ଘର ସମ୍ପୂର୍ଣ୍ଣ ପୋଡି ଯାଇଥିବା ବେଳେ ତ୍ରିଲୋଚନଙ୍କ ରୋଷେଇ ଘର ପୋଡ଼ି ପାଉଁଶ ହୋଇଯାଇଛି । ସେପଟେ ଘର ଭିତରେ ଓ ନାତି ନାତୁଣୀ ଶୋଇଥିଲେ । ଏହି ସମୟରେ ହଠାତ ଘରେ ନିଆଁ ଲାଗିଯାଇଥିଲା । ଘର ଲୋକ ଚିତ୍କାର କରି ଗାଁ ଲୋକଙ୍କୁ ଡାକିଥିଲେ । ବାହାରେ ବର୍ଷା ଯେତେ ଜୋର୍ ହେଉଥାଏ ଘର ଭିତରେ ନିଆଁର ମାତ୍ରା ସେତିକି ବଢ଼ି ଚାଲିଥାଏ । ଗାଁ ଲୋକେ ଧାଇଁ ଆସିଥିଲେ ହେଁ, ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଘରୁ କୌଣସି ଜିନିଷପତ୍ର ବାହାର କରିପାରିନଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ୨ ପରିବାରର ୩ ବଖରା ଜଳି ପୋଡି ପାଉଁଶ ହୋଇଯାଇଥିଲା । ବାସହରା ଅଗ୍ନି ବିପନ୍ନ ପରିବାରଙ୍କୁ ପ୍ରାଥମିକ ସହାୟତା ସହ ଆବାସ ଯୋଜନାରେ ଖଣ୍ଡେ ବାସଗୃହ ଯୋଗାଇ ଦେବାକୁ ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନଙ୍କୁ ଦାବି ଜଣାଇଛନ୍ତି ଗାଁ ଲୋକେ ଓ ସ୍ଥାନୀୟ ଜନ ପ୍ରତିନିଧି ।
ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ଜଳିଗଲା ୩ ବଖରା ଘର

Facebook
Twitter
LinkedIn
Facebook
Twitter
LinkedIn
Recent News
ପ୍ରଜଲ ରେଭନାଙ୍କୁ ଆଜୀବନ
ବେଙ୍ଗାଲୁର : ଜେଡି(ଏସ) ନେତା ପୂର୍ବତନ ସାଂସଦ ପ୍ରଜଲ ରେଭନାଙ୍କୁ ଆଜୀବନ । ବେଙ୍ଗାଲୁରୁ ସ୍ପେଶାଲ କୋର୍ଟ ଆଜୀବନ କାରାଦଣ୍ଡା ଦେଶ ଦେଲେ । କୋର୍ଟ ଅଗଷ୍ଟ...
ସ୍କୁଲ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ
ଭୁବନେଶ୍ୱର : ପିଏମ ପୋଷଣ ସ୍କିମରେ ସ୍କୁଲ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ । ଯେଉଁଦିନ ଅଣ୍ଡା ଦିଆଯାଉଥିଲା , ସେହିଦିନ ଫଳ...
ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ଏହି ଡାଲି
ବ୍ୟୁରୋ : ମୁଗ ଡ଼ାଲି ପ୍ରତ୍ୟେକଙ୍କ ରୋଷେଇ ଘରେ ମିଳିଥାଏ । ଏହା କେବଳ ଖାଇବା ପାଇଁ ସ୍ୱାଦିଷ୍ଟ ନୁହେଁ ବରଂ ଏହା ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ...
ହୋଟେଲରେ ମହିଳା କର୍ମଚାରୀଙ୍କ ହଙ୍ଗାମା
ଭୁବନେଶ୍ୱର : ହୋଟେଲରେ ମହିଳା କର୍ମଚାରୀଙ୍କ ହଙ୍ଗାମା । ମାରପିଟ୍ କଲେ, ଯାହା ପାରିଲେ ଭାଙ୍ଗିଲେ । ଫୁଲ କୁଣ୍ଡଠାରୁ ଆରମ୍ଭ କରି କଂପ୍ୟୁଟର, କବାଟ ଆଦି...