ଉମରକୋଟ(ବିଶ୍ୱଜିତ ମଲ୍ଲିକ) : ସରକାରୀ ଜମିରେ ନିର୍ମାଣଧୀନ ଘର କରି ନିଜ ଅକ୍ତିଆରରେ ରଖିବା ଉମରକୋଟ ଅଞ୍ଚଳର ଏକ ନିତିଦିନିଆ ଘଟଣା। ଶେଷରେ ଅତିଷ୍ଠ ହୋଇ ଘର ଗୁଡ଼ିକୁ ଭାଙ୍ଗିଲା ରାଜସ୍ବ ବଭାଗ।ସୂଚନା ଅନୁଯାୟୀ ଉମରକୋଟ କଳିଙ୍ଗ ବିଦ୍ୟାଳୟ ପାର୍ଶ୍ୱରେ ଥିବା ସରକାରୀ ଜମିରେ କିଛି ଘର ନିର୍ମାଣ କରାଯାଇଥିଲା । ସୂଚନାପ୍ରକାରେ ଏହି ଜମି ଉମରକୋଟ ତହସିଲଦାର ଉମରକୋଟ କୋର୍ଟ ନାରେ ପଟ୍ଟା ମଧ୍ୟ ଦେଇସାରିଛନ୍ତି। ସେଥିମଧ୍ୟରୁ ୩ଟି ଘରକୁ ଜେସିବି ଲଗାଇ ରାଜସ୍ବ ବିଭାଗ ପକ୍ଷରୁ ଭାଙ୍ଗି ଦିଆଯାଇଛି। ଉକ୍ତ ସରକାରୀ ଜମିରେ ୫ ଜଣ ଜବରଦଖଲ କରି ୫ଟି କୋଠା ନିର୍ମାଣ କରି ନିଜ ଅକ୍ତିଆରରେ ରଖିଛନ୍ତି। ତେବେ କୋର୍ଟ ପକ୍ଷରୁ ଉମରକୋଟ ତହସିଲଦାରଙ୍କୁ ବାରମ୍ବାର ଜମି ହସ୍ତାନ୍ତର କରିବା ପାଇଁ ଚିଠି ଆସିଥିଲେ ମଧ୍ୟ ଲୋକେ ଜବର ଦଖଲ କରିଥିବା ଯୋଗୁଁ କୋର୍ଟକୁ ଜମି ହସ୍ତାନ୍ତର ହୋଇ ପାରୁନଥିଲା। ଏହି ୫ ଜଣ ଜବରଦଖଲକାରୀଙ୍କୁ ଉମରକୋଟ ତହସିଲ କାର୍ୟ୍ୟାଳୟ ପକ୍ଷରୁ ଉକ୍ତ ଜାଗା ଛାଡ଼ିବା ପାଇଁ ବାରମ୍ବାର ନୋଟିସ ମଧ୍ୟ ଦିଆ ଯାଇଥିଲା। ତେବେ ଏମାନେ ଏହାକୁ କର୍ଣ୍ଣପାତ କରୁନଥିଲେ। ଆଜି ଶେଷରେ ଉମରକୋଟ ତହସିଲଦାର ମାଗବାନ ବାଗ ମାଜିଷ୍ଟ୍ରେଟ କ୍ଷମତାରେ ରହି ଉମରକୋଟ ପୋଲିସର ଉପସ୍ଥିତିରେ ଜେଶିବି ଲଗାଇ ୩ ଟି ଘରକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେଇଛନ୍ତି।ତେବେ ଅନ୍ୟ ୨ ଟି ଘରର ମାଲିକ ମାନ୍ୟବର ଉଚ୍ଚ ନ୍ୟାୟଳୟଙ୍କ ଠାରୁ ୩ ମାସ ପାଇଁ ଅସ୍ଥାୟୀ ରହିତାଦେଶ ଜାରି କରିଥିବାରୁ ଏହା ଭଙ୍ଗାଯାଇ ପାରିଲା ନାହି। ତେବେ ରହିତାଦେଶ ଉଠିବା ପରେ ଏହାକୁ ମଧ୍ୟ ଭଙ୍ଗାଯିବ ବୋଲି ଜଣାପଡ଼ିଛି। ଆଜିର ଏହି ଜବତ ଦଖଲ ସମୟରେ ତହସିଲଦାରଙ୍କ ସମେତ ଅତିରିକ୍ତ ତହସିଲଦାର ନୀଳାମ୍ବର ପୁଜାରୀ, ସବ ଇନ୍ସପେକ୍ଟର ସଞ୍ଜୟ ମଣ୍ଡଳ , ଥାନା କର୍ମଚାରୀ ଓ ଆଇଆରବି ପୋଲିସ ଫୋର୍ସ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଉମରକୋଟ ରାଜସ୍ବ ବିଭାଗ ପକ୍ଷରୁ ଏକ ବଡ ଧରଣର ଜବରଦଖଲ ଉଚ୍ଛେଦ ଅଭିଯାନ କରାଯିବ ବୋଲି ବିଶ୍ଵସ୍ଥ ସୂତ୍ରରୁ ଯାହା ସୂଚନା ମିଳୁଛି। ପ୍ରକାଶଥାଉ କି ଉମରକୋଟ ଅଞ୍ଚଳର ଗୋତିଗୁଡାଠୁ ଆରମ୍ଭ କରି ଧୋଡ୍ରା ପର୍ୟ୍ୟନ୍ତ ତଥା ଝରିଗାଁ ରାସ୍ତା ର ଅନେକ ସ୍ଥାନରେ ଜମି ଜବରଦଖଲ ବର୍ତ୍ତମାନ ସୁଦ୍ଧା ଜାରି ରହିଛି। ଏହା କଣ ରାଜସ୍ୱ ବିଭାଗ କୁ ଦେଖାଯାଉନାହିଁ କି ? ବୋଲି ସାଧାରଣରେ ଅଭିଯୋଗ ହେଉଛି। ଅନେକ ସ୍ଥାନରେ ତହସିଲ କାର୍ୟ୍ୟାଳୟ ତରଫରୁ ସୂଚନା ଫଳକ ମଧ୍ୟ ଲାଗିଛି ।ଲୋକେ ଏହାକୁ ମଧ୍ୟ ଅଣଦେଖା କରି ଜମି ଜବରଦଖଲ କରୁଛନ୍ତି।
ସରକାରୀ ଜମିରେ ତିଆରି ହୋଇଥିବା ଘର ଭାଙ୍ଗିଲା ରାଜସ୍ବ ବିଭାଗ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











