The Ultimate Managed Hosting Platform
ADVERTISEMENT

ସରକାରୀ କୋଷରୁ ୨.୩୮ କୋଟି ଚଳୁ ; କିରାଣି ନିଲମ୍ବିତ

Facebook
Twitter
LinkedIn

ଅନୁଗୁଳ : ଅନୁଗୁଳ ଜିଲ୍ଲା ମୁଖ୍ୟ ହସ୍ପିଟାଲର କନିଷ୍ଠ କିରାଣି ଚାକିରିରୁ ନିଲମ୍ବିତ । କନିଷ୍ଠ କିରାଣି ସୁବ୍ରତ ବେହେରାଙ୍କୁ ନିଲମ୍ବନ କଲେ ସିଡିଏମଓ । ୨.୩୮ କୋଟି ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ନିଲମ୍ବିତ । ନିଜେ ନିଜ ମୂଳ ବେତନ ବଢାଇ ଉଠାଇ ଚାଲିଥିଲେ ମୋଟା ଅଙ୍କର ଦରମା । ଏଜିଙ୍କ ଅଡିଟରୁ ସ୍ପଷ୍ଟ ହେବା ପରେ ଥାନାରେ ମାମଲା ରୁଜୁ ହୋଇଛି । କେଳେଙ୍କାରୀ ସାମ୍ନାକୁ ଆସିବା ପରେ ଖୋଳତାଡ କରୁଛି ଅଡିଟ୍ ଟିମ୍ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତନାଘନା ଚାଲିଛି । ସୁବ୍ରତଙ୍କ ଆକାଉଣ୍ଟକୁ କିପରି ମୋଟା ଅଙ୍କର ଟଙ୍କା ଆସୁଥିଲା ସେନେଇ ଜିଲ୍ଲା ଟ୍ରେଜେରୀକୁ ଚିଠି ଲେଖିଛନ୍ତି ଅନୁଗୁଳ ସିଡିଏମଓ । ପ୍ରତିମାସରେ ବଦଳୁଥଲା ସୁବ୍ରତର ଦରମା । ଆକାଉଣ୍ଟାଣ୍ଟ ଥିବାରୁ କେହି ସନ୍ଦେହ କରୁନଥିଲେ ।
କେଉଁ ମାସରେ ମୂଳ ଦରମା ୧ଲକ୍ଷ ୪୨ ହଜାର ଦେଖାଉଥିଲେ ତ ଆଉ କେଉଁ ମାସରେ ୩ ଲକ୍ଷ ୪୭ ହଜାର । ଏପରିକି ଗୋଟିଏ ମାସରେ ମୂଳ ଦରମାକୁ ୬ଲକ୍ଷ ଦର୍ଶାଇ ମୁଖ୍ୟ ଶାସନ ସଚିବ ଦରମାର ୩ ଗୁଣା ଅଧିକ ନେଇଥିଲେ । ଜିଲ୍ଲା ଟ୍ରେଜେରୀ ଅଫିସର କର୍ମଚାରୀଙ୍କ ଅଜାଣତରେ କିପରି ଏତେ ଟଙ୍କା ଲୁଟୁଥିଲେ ସେନେଇ ପ୍ରଶ୍ନ ଉଠିଛି । ପ୍ରତିମାସରେ ମୂଳ ଦରମା ବଦଳୁଥିଲେ ମଧ୍ୟ କେମିତି ଜାଣି ପାରିଲେନି ଦାୟିତ୍ବରେ ଥିବା ଅଧିକାରୀ । ଏବେ ଏଭଳି ବିଭିନ୍ନ ପ୍ରଶ୍ନ ଉଠିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login