ଅନୁଗୁଳ : ଅନୁଗୁଳ ଜିଲ୍ଲା ମୁଖ୍ୟ ହସ୍ପିଟାଲର କନିଷ୍ଠ କିରାଣି ଚାକିରିରୁ ନିଲମ୍ବିତ । କନିଷ୍ଠ କିରାଣି ସୁବ୍ରତ ବେହେରାଙ୍କୁ ନିଲମ୍ବନ କଲେ ସିଡିଏମଓ । ୨.୩୮ କୋଟି ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ନିଲମ୍ବିତ । ନିଜେ ନିଜ ମୂଳ ବେତନ ବଢାଇ ଉଠାଇ ଚାଲିଥିଲେ ମୋଟା ଅଙ୍କର ଦରମା । ଏଜିଙ୍କ ଅଡିଟରୁ ସ୍ପଷ୍ଟ ହେବା ପରେ ଥାନାରେ ମାମଲା ରୁଜୁ ହୋଇଛି । କେଳେଙ୍କାରୀ ସାମ୍ନାକୁ ଆସିବା ପରେ ଖୋଳତାଡ କରୁଛି ଅଡିଟ୍ ଟିମ୍ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତନାଘନା ଚାଲିଛି । ସୁବ୍ରତଙ୍କ ଆକାଉଣ୍ଟକୁ କିପରି ମୋଟା ଅଙ୍କର ଟଙ୍କା ଆସୁଥିଲା ସେନେଇ ଜିଲ୍ଲା ଟ୍ରେଜେରୀକୁ ଚିଠି ଲେଖିଛନ୍ତି ଅନୁଗୁଳ ସିଡିଏମଓ । ପ୍ରତିମାସରେ ବଦଳୁଥଲା ସୁବ୍ରତର ଦରମା । ଆକାଉଣ୍ଟାଣ୍ଟ ଥିବାରୁ କେହି ସନ୍ଦେହ କରୁନଥିଲେ ।
କେଉଁ ମାସରେ ମୂଳ ଦରମା ୧ଲକ୍ଷ ୪୨ ହଜାର ଦେଖାଉଥିଲେ ତ ଆଉ କେଉଁ ମାସରେ ୩ ଲକ୍ଷ ୪୭ ହଜାର । ଏପରିକି ଗୋଟିଏ ମାସରେ ମୂଳ ଦରମାକୁ ୬ଲକ୍ଷ ଦର୍ଶାଇ ମୁଖ୍ୟ ଶାସନ ସଚିବ ଦରମାର ୩ ଗୁଣା ଅଧିକ ନେଇଥିଲେ । ଜିଲ୍ଲା ଟ୍ରେଜେରୀ ଅଫିସର କର୍ମଚାରୀଙ୍କ ଅଜାଣତରେ କିପରି ଏତେ ଟଙ୍କା ଲୁଟୁଥିଲେ ସେନେଇ ପ୍ରଶ୍ନ ଉଠିଛି । ପ୍ରତିମାସରେ ମୂଳ ଦରମା ବଦଳୁଥିଲେ ମଧ୍ୟ କେମିତି ଜାଣି ପାରିଲେନି ଦାୟିତ୍ବରେ ଥିବା ଅଧିକାରୀ । ଏବେ ଏଭଳି ବିଭିନ୍ନ ପ୍ରଶ୍ନ ଉଠିଛି ।
ସରକାରୀ କୋଷରୁ ୨.୩୮ କୋଟି ଚଳୁ ; କିରାଣି ନିଲମ୍ବିତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











