ଭୁବନେଶ୍ୱର : ୪୩ ଲକ୍ଷର ସରକାରୀ ଅର୍ଥରେ କ୍ରିକେଟ ବେଟିଂ କରି ପିଇଓ ଗିରଫ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ପିଇଓ ଗିରଫ । ପିଇଓ କ୍ଷେତ୍ରମୋହନ ନାୟକଙ୍କୁ ଗିରଫ କଲା ଭିଜିଲାନ୍ସ । ସରକାରୀ ଅର୍ଥରେ ବେଟିଂ କରିବା ଗେମିଂ ଆପ୍ରେ ଖେଳିବା ଅଭିଯୋଗରେ ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅଧୀନ ରାଧାଦେଇପୁର ପଞ୍ଚାୟତର ପିଇଓ କ୍ଷେତ୍ରମୋହନ ନାୟକଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି। ସେ କ୍ଷମତାର ଅପବ୍ୟବହାର ସହ ସରପଞ୍ଚଙ୍କ ନକଲି ଦସ୍ତଖତରେ ଟଙ୍କା ହଡ଼ପ କରିଥିଲେ। ସରକାରୀ ଟଙ୍କା ହଡ଼ପ କରି କ୍ରିକେଟ୍ ଓ ଗେମିଂ ଆପ୍ରେ ବେଟିଂ କରୁଥିଲେ। ସେ କ୍ଷମତାର ଅପବ୍ୟବହାର ସହ ସରପଞ୍ଚଙ୍କ ନକଲି ଦସ୍ତଖତ ମାଧ୍ୟମରେ ପଞ୍ଚାୟତର ସିଏଫ୍ସି, ଏସ୍ଏଫ୍ସି, ପିଡିଏସ୍ ଏବଂ ଓଏପି ଆକାଉଣ୍ଟସ୍ରୁ ୪୩,୦୧,୬୪୦ ଟଙ୍କା କୌଶଳ କ୍ରମେ ହଡ଼ପ କରି ନେଇଥିଲେ। ସରକାରୀ ଟଙ୍କାକୁ ଶ୍ରୀ ନାୟକ ହଡ଼ପ କରି କ୍ରିକେଟ୍ ବେଟିଂ କରୁଥିଲେ। ସେହିପରି ସେ ବିଭିନ୍ନ ପ୍ରକାରର ଗେମିଂ ଆପ୍ରେ ମଧ୍ୟ ଖେଳୁ ଥିଲେ। ତେବେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗରେ ଏକ ମାମଲା ରୁଜୁ ହେଲା ପରେ ଘଟଣାର ତଦନ୍ତ କରାଯାଇଥିଲା। ମାମଲାର ତଦନ୍ତ ଆଧାରରେ ଭିଜିଲାନ୍ସ ବିଭାଗ ଅଭିଯୁକ୍ତ କ୍ଷେତ୍ରମୋହନ ନାୟକଙ୍କୁ ଗିରଫ କରିଛି।
ସରକାରୀ ଅର୍ଥରେ ବେଟିଂ : ପିଇଓ ଗିରଫ

Facebook
Twitter
LinkedIn
Facebook
Twitter
LinkedIn
Recent News
ଭାରତ ଆସିବେ ରୁଷ ରାଷ୍ଟ୍ରପତି
ନୂଆଦିଲ୍ଲୀ : ଭାରତ ଆସିବେ ରୁଷ୍ ରାଷ୍ଟ୍ରପତି । ଆମେରିକା ସହ ଭାରତର ସମ୍ପର୍କ ଦିନକୁ ଦିନ ଖରାପ ହେଉଥିବା ବେଳେ ଏବେ ରୁଷ୍ ଓ ଭାରତ...
୩ ଦୁଷ୍କର୍ମୀଙ୍କୁ ଆଜୀବନ
ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...
ସାରା ଦେଶରେ ଭୋଟ ଚୋରି : ରାହୁଲ
ନୂଆଦିଲ୍ଲୀ : ପୁଣି ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ । ସାରା ଦେଶରେ ଭୋଟ ଚୋରି ହେଉଥିବା କହି ବର୍ଷିଲେ । ଭୋଟର ଲିଷ୍ଟରେ...
ବାପ-ଝିଅ ଉପରେ ମାଡିଗଲା ହାଇୱା
ପାରାଦୀପ : ବାଇକ ଉପରେ ମାଡିଗଲା ହାଇୱା । ବାପ ,ଝିଅଙ୍କର ଚାଲିଗଲା ଜୀବନ । କଟକ-ପାରାଦୀପ ରାସ୍ତା କୋଠିଆସାହି ଛକରେ ଦୁର୍ଘଟଣା । ଦୁର୍ଘଟଣା ପରେ...