The Ultimate Managed Hosting Platform
ADVERTISEMENT

ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିକୁ ନେଇ ରାଜ୍ୟବାସୀଙ୍କୁ ଭୟଭୀତ ନ ହେବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ

Facebook
Twitter
LinkedIn

ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ଭୟଭୀତ ନ ହେବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ । ଓଡିଶା ପ୍ରତି ସେପରି କିଛି ବିପଦ ନଥିବା କହିଲେ । ଓଡିଶାରେ ଥିବା କେନ୍ଦ୍ରୀୟ ସଂସ୍ଥା ଗୁଡିକରେ ସୁରକ୍ଷା ବଢାଯାଇଛି । ଚାନ୍ଦିପୁର, ଶ୍ରୀମନ୍ଦିର ଓ ଚିଲିକା ଆଇଏନଏସରେ ସୁରକ୍ଷା ବଢାଯାଇଛି । ବଙ୍ଗୋପସାଗର ପଟୁ ଆକ୍ରମଣ ଆଶଙ୍କା ରହିଛି , ଆମେ ସଜାଗ ଅଛୁ । ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅପରାହ୍ନରେ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟ ଶାସନ ସଚିବ , ପୋଲିସ ଡିଜିଙ୍କ ସହ ବହୁ ଅଧିକାରୀ ଉପସ୍ଥିତ ରହିବେ । ଓଡିଶାର ପ୍ରସ୍ତୁତ ନେଇ ହୋଇପାରେ ଆଲୋଚନା ।
କିଭଳି ଭାବେ ସବୁ ଅଞ୍ଚଳକୁ ସିଲ କରାଯିବ ଓ ଯାଞ୍ଚ କଡାକଡି କରାଯିବ,ଯେଉଁମାନେ ବାହାରେ ଅଛନ୍ତି ତାଙ୍କୁ ଓଡିଶା ଆଣିବା ପାଇଁ ବନ୍ଦୋବସ୍ତ କରାଯାଉଛି। ନୂଆଦିଲ୍ଲୀରେ ଆବାସିକ କମିଶନରଙ୍କ କାର୍ୟ୍ୟାଳୟରେ ୨୪ ଘଣ୍ଟିଆ ହେଲ୍ପ ଡେ଼କ୍ସ ଖୋଲା ଯାଇଛି । ଜମ୍ମୁରେ ପଢ଼ୁଥିବା ଓଡ଼ିଆ ଛାତ୍ର ଛାତ୍ରୀଙ୍କୁ ଦିଲ୍ଲୀ ଅଣାଯାଉଛି । ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିବା ସହ ଆମେ ଲଗାତାର ଭାବେ ସମୀକ୍ଷା କରୁଛୁ । ଲମ୍ବା ଯୁଦ୍ଧ ହେବ ଭାରତ ବିଜୟୀ ହେବ । ଭୟଭୀତ ହେବାର କୌଣସି ପ୍ରଶ୍ନ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଯୁଦ୍ଧ ସ୍ଥିତିକୁ ଦେଖି ରାଜ୍ୟ ସରକାର ପ୍ରସ୍ତୁତି ବଢ଼େଇଛନ୍ତି । ରାଜସ୍ବ ଓ ବିପର୍ୟ୍ୟାୟ ପରିଚାଳନା ମନ୍ତ୍ରୀ ଭାବେ ମୁଖ୍ୟ ଶାସନ ସଚିବ, ଡିଜିଙ୍କ ସହ କରିଛନ୍ତି ଆଲୋଚନା । ରାଜ୍ୟରେ ଯେଉଁଠିଁ ଯେଉଁଠି କେନ୍ଦ୍ର ସରକାରଙ୍କ ସଂସ୍ଥା ଅଛି, ଚାନ୍ଦିପୁର, ହୀରାକୁଦ, ଗୋଳା ବାରୂଦ କାରଖାନା ଭଳି ସ୍ଥାନରେ ସୁରକ୍ଷା ବଢ଼ାଯାଇଛି । ରାଜ୍ୟରେ ଥିବା ପର୍ୟ୍ୟଟନ ସ୍ଥଳୀ ଗୁଡିକରେ ଯାଞ୍ଚ ଏବଂ ସୁରକ୍ଷା କଡାକଡି କରାଯାଇଛି । ଏଇଟା ଟ୍ରେଲର, ଫିଲ୍ମ ବାକି ଅଛି । ଆତଙ୍କବାଦରେ ଏଇଟା ଶେଷ ଲଢେଇ । ଅପରେସନ ସିନ୍ଦୂର ଭଳି ଆହୁରି ଅନେକ ଆଗକୁ ଦେଖିବାକ ବାକି ରହିଛି ବୋଲି କହିଛନ୍ତି ରାଜସ୍ବ ଓ ବିପର୍ୟ୍ୟାୟ ପରିଚାଳନା ମନ୍ତ୍ରୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login