ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାରୀ ଅଧିକାରୀଙ୍କ ୩ରୁ ୬ ଛୁଟି ବାତିଲ। ବାତ୍ୟା ପ୍ରଭାବରେ ୫ ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ନୟାଗଡ଼ା, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କଟକ ଜିଲ୍ଲର କିଛି ସ୍ଥାନାରେ ମାତ୍ରଧିକ ବର୍ଷାର ପୂର୍ବାନୁମାନ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି କୃଷି ବିଭାଗର କ୍ଷେତ୍ର ସ୍ତରୀୟ ଅଧିକାରୀଙ୍କୁ ହାଇଆଲର୍ଟରେ ରଖାଯାଇଛି । ଏଥିସହ ୫ ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମର କୃଷି ବିଭାଗ ଅଧିକାରୀଙ୍କ ରବିବାର ଛୁଟି ବାତିଲ କରାଯାଇଛି । ସମ୍ଭାବ୍ୟ ଅଦିନିଆ ବର୍ଷା ଯୋଗୁ ଫସଲ ସୁରକ୍ଷା ପାଇଁ ଚାଷୀଙ୍କୁ ପରାମର୍ଶ ଦେଇଛି କୃଷି ବିଭାଗ । କଟା ହୋଇଥିବା ଧାନ ଅମଳ କରି ସୁରକ୍ଷିତ ସ୍ଥାନରେ ସାଇତି ରଖନ୍ତୁ । ବିଳମ୍ବ କିସମ ଧାନ ଜମିରୁ ବଳକା ପାଣି ନିଷ୍କାସନ କରିବା ପାଇଁ ନାଳି କରନ୍ତୁ ଓ ନାଳି ମୁହଁ ଖୋଲା ରଖନ୍ତୁ । ପନିପରିବା ତଥା ରବି ଫସଲରେ ଜଳ ନିଷ୍କାସନ ପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛି କୃଷି ବିଭାଗ । ସବୁ ରବି ଫସଲ ଲଗାଇବା କିମ୍ବା ବୁଣିବା ସାମୟିକ ସ୍ଥଗିତ ରଖିବାକୁ କୁହାଯାଇଛି ।.
ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାରୀ ଅଧିକାରୀଙ୍କ ୩ରୁ ୬ ଛୁଟି ବାତିଲ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆଉ ନିର୍ବାଚନ ଲଢିବିନି , ଏଥର ଯୁବପିଢୀଙ୍କୁ ସୁଯୋଗ ଦେବି : ଜୁଏଲ
ଭୁବନେଶ୍ୱର : ଆଉ ନିର୍ବାଚନ ଲଢିବିନି କହିଲେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ । ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ଜୁଏଲଙ୍କ ବୟାନ । ଗତ ନିର୍ବାଚନ...
୨୨ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି : ଛତିଶଗଡରେ ଆତ୍ମସମର୍ପଣ କଲେ ୨୨ ମାଓବାଦୀ । ବସ୍ତର ଆଇଜି ଓ ନାରଣପୁର ଜିଲ୍ଲା ଏସପିଙ୍କ ନିକଟରେ ଆତ୍ମସମର୍ପଣ । ଆତ୍ମସମର୍ପଣ ମାଓବାଦୀଙ୍କ ମଧ୍ୟରେ...
ଡେଲାଙ୍ଗରେ ବାର୍ଡ ଫ୍ଲୁ ସ୍ପଷ୍ଟ
ପିପିଲି : ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ । H5N1 ନମୁନା ପରୀକ୍ଷାରୁ ଆସିଲା ପଜିଟିଭ ରିପୋର୍ଟ । ଆଭିଏନ ଇନ ଫ୍ଲୁଏନଞ୍ଜା ଭାଇରସ ପିଜିଟିଭ...
ଆଜିଠୁ ରାଜ୍ୟରେ ଗଡିଲା ଘରୋଇ ବସ
ଭୁବନେଶ୍ୱର : ୪ ଦିନ ପରେ ଗଡ଼ିଲା ବସ୍ । ଆଜିଠୁ ରାଜ୍ୟରେ ଗଡ଼ିଲା ଘରୋଇ ବସ୍ । ବସ ଚଲାଚଳ ନେଇ ଗତକାଲି ଘରୋଇ ବସ୍...