The Ultimate Managed Hosting Platform
ADVERTISEMENT

ସମ୍ବଲପୁର ପୋଲିସକୁ ସଫଳତା, ୧୬ ଲକ୍ଷ ଟଙ୍କା ସହ ଚୋରୀ ସୁନା ଉଦ୍ଧାର

Facebook
Twitter
LinkedIn

ସମ୍ବଲପୁର : ସମ୍ବଲପୁର ପୋଲିସକୁ ମିଳିଛି ବଡ ସଫଳତା । ୧୬ ଲକ୍ଷ ସହ ଚୋରୀ ସୁନା ଉଦ୍ଧାର ହୋଇଛି । ଗତ ୧୦ ତାରିଖରେବୁର୍ଲା କିରବା ଅଞ୍ଚଳର ଏକ ଘରୁକେହି ନଥିବା ସମୟରେ ଘରେ ଥୁବା ପ୍ରାୟ ୧୬ ଲକ୍ଷ ଟଙ୍କା ଓ ୧୩୧ ଗ୍ରାମ ସୁନା, ୭୬୦ ଗ୍ରାମ ଚୋରି ହୋଇଯାଇଥିଲା । ତେବେ ବୁର୍ଲା ପୋଲିସ ଘଟଣାର ତଦନ୍ତ କରି ଆଜି ଏହି ଘଟଣା ଉପରୁ ପରଦା ଉଠାଇଛି । କିରବା ନିବାସୀ ପ୍ରୀତି ପଣ୍ଡାଙ୍କ ଘରୁ ଚୋରି ହୋଇଥିବା ସମସ୍ତ ଟଙ୍କା ପୋଲିସ ଫେରାଇଛି । ପ୍ରୀତି ପଣ୍ଡାଙ୍କ ଘର ନିକଟରେ ରହୁଥିବା ଇନ୍ଦ୍ର ବେହେରା ଏହି ଚୋରି କରିଥିଲେ। କିନ୍ତୁ ଚୋରି ଟଙ୍କା ସେ ଖର୍ଚ୍ଚ ନକରି ଏକ ପରିତ୍ୟକ୍ତ ସ୍ଥାନରେ ଲୁଚାଇ ଦେଇଥିଲେ । ପୋଲିସ ବହୁ କଷ୍ଟରେ ଇନ୍ଦ୍ରକୁ ଧରିଥିଲା । ତେବେ ପ୍ରୀତି ଏତେ ଟଙ୍କା କାହିଁକି ଘରେ ରଖିଥିଲେ ତାହା ସ୍ପଷ୍ଟ କରିନାହାନ୍ତି ।କେବଳ ବାପାଙ୍କ ଅବସର ଟଙ୍କା ଓ ଭାଇର ମୋବାଇଲ ଦୋକାନରୁ ଲାଭ ହୋଇଥିବା ଟଙ୍କା ଘରେ ଗଛିତ କରି ରଖିଥିଲେ। ପରିବାର ଲୋକେ ବ୍ୟାଙ୍କକୁ ଭରଷା କରୁନଥିବାରୁ ଘରେ ଏତେ ଟଙ୍କା ରଖିଥିଲେ ବୋଲି କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login