ସମ୍ବଲପୁର : ସମ୍ବଲପୁରରେ ବି ସ୍ପେଶାଲ ଡ୍ରାଇଭ । ଧରାପଡିଲେ ୨ ନାବାଳକ । ହୀରାକୁଦ ଅଞ୍ଚଳରେ ଧରିଲା ପୋଲିସ । ୨୫ ହଜାର ଲେଖାଏଁ ଫାଇନ । ଏହା ପୂର୍ବରୁ ରାୟଗଡାରେ ୩ ନାବାଳକଙ୍କ ଠାରୁ ୭୫ ହଜାର ଫାଇନ କାଟି ଥିଲା ପୁଲିସ । । ସ୍ପେଶାଲ ଡ୍ରାଇଭ ବେଳେ ଧରାପଡିଲେ ନାବାଳକ । ଏମଭିଏ ନିୟମ ଅନୁସାରେ ଗଣିଲେ ତଣ୍ଡ । ରାୟଗଡା ସହର କଲେଜ ରୋଡରେ ଚାଲିଛି ଯାଞ୍ଚ । କଲେଜ ରୋଡ ଓ ଚାନ୍ଦିଲି ଅଂଚଳରେ ଯାଞ୍ଚ ବେଳେ ପଡିଲେ ଧରା । ୧୮ ବର୍ଷରୁ କମ ଯୋଗ୍ୟତା ନ ଥିବା ନାବାଳକଙ୍କୁ ଧରିଲେ ଆରଟିଓ । ୨୫ ହଜାର ଲେଖାଏଁ ଚାଲାଣ କଟାଯିବା ସହ ବାଇକ ଜବତ । ଗାଡି ମାଲିକଙ୍କ ନାଁ ରେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ଆରଟିଓ ।
Views: 95