The Ultimate Managed Hosting Platform
ADVERTISEMENT

ସମୂହ ଛୁଟିରେ ଯିବେ ପ୍ରାଥମିକ ଶିକ୍ଷକ

Facebook
Twitter
LinkedIn

ଭୁବନେଶ୍ୱର : ଆଜିଠୁ ସମୂହ ଛୁଟିରେ ରହିବେ ପ୍ରାଥମିକ ଶିକ୍ଷକ । ୧ ଲକ୍ଷ ୩୦ ହଜାର ଶିକ୍ଷକ, ଶିକ୍ଷୟତ୍ରୀ ସମୂହ ଛୁଟିରେ ଯିବେ । ଜିଲ୍ଲା ଓ ବ୍ଲକ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ । ୩ ଦଫା ଦାବି ପୂରଣ ନେଇ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି । କେନ୍ଦ୍ରୀୟ ହାରରେ ଦରମା ଲାଗୁ ସମେତ ୩ ଦଫା ଦାବି ନେଇ ଆନେ୍ଦାଳନ ।
ଗତ ଶୁକ୍ରବାରଠାରୁ ଗ୍ରେଡ୍ ପେ ବୃଦ୍ଧି, ପୁରୁଣା ପେନ୍ସନ ବ୍ୟବସ୍ଥା ଲାଗୁ ଓ ଠିକା ନିଯୁକ୍ତି ପ୍ରକ୍ରିୟା ଉଚ୍ଛେଦ ଦାବିରେ କାର୍ୟ୍ୟବନ୍ଦ ଆନ୍ଦୋଳନ ଚଳାଇଛି ପ୍ରାଥମିକ ଶିକ୍ଷକ ମିଳିତ ମଞ୍ଚ । ଆନ୍ଦୋଳନ ପାଇଁ ସ୍କୁଲରେ ତାଲା ପଡ଼ିବା ପରେ ସରକାର ଗତକାଲି ଶିକ୍ଷକ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ଦାବି ସମ୍ପର୍କରେ ୫ ଜଣିଆ ସବ୍ କମିଟି ବି ଗଠନ କରିଛନ୍ତି। କିନ୍ତୁ ଆଲୋଚନା ଏକ ପ୍ରକାର ବିଫଳ ହେବା ପରେ ଷ୍ଟିୟରିଂ କମିଟି ବୈଠକରେ ନିଷ୍ପତ୍ତି ହୋଇଛି ଯେ ଆନ୍ଦୋଳନ ଜାରି ରହିବ। ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ । ଏହା ଦ୍ୱାରା ୪୦ ଲକ୍ଷ ପିଲାଙ୍କ ପାଠପଢା ପ୍ରଭାବିତ ହେବ । ପିଲାଙ୍କ ଯେଉଁ କ୍ଷତି ହେବ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି କହିଛନ୍ତି ।
ସେପଟେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ସରକାର ଶିକ୍ଷକଙ୍କ ଦାବି ନେଇ ଅବଗତ ଅଛନ୍ତି। ସବୁ ଦିଗକୁ ଦେଖିବା ପରେ ନିଷ୍ପତ୍ତି ହେବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login