ପାରାଦୀପ : ସମୁଦ୍ର ପଥରେ ଚୋରାଚାଲାଣ ନେଇ ରେଡ । ଘଟଣାରେ ୩ ଜଣ ଗିରଫ । ୧୦ ଲକ୍ଷ ଟଙ୍କାର ଚୋରା ସାମଗ୍ରୀ ଜବତ । ନେହରୁବଙ୍ଗଳା ଫିସିଙ୍ଗ୍ ହାର୍ବର୍ ପରିସରରୁ ଏହି ସବୁ ସାମଗ୍ରୀ ଜବତ ହୋଇଛି । ପୋଲିସର ସୂଚନା ମୁତାବକ, ପିକ୍ଅପ୍ ଭ୍ୟାନ୍ରେ ଚୋରା ସାମଗ୍ରୀ ଆଣି ସମୁଦ୍ରକୁ ନେଇଯାଉଥିଲେ ଗିରଫ ଅଭିଯୁକ୍ତ ମାନେ । ବିଶେଷ ସୂତ୍ରରୁ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନେହରୁ ବଙ୍ଗଳା ଫିସିଂ ହାର୍ବର ପରିସରରୁ ପିକଅପ ଭ୍ୟାନରେ ଆଣିଥିବା ୧୦ ଲକ୍ଷ ଟଙ୍କାର ଚୋରା ସାମଗ୍ରୀଗୁଡ଼ିକୁ ଜବତ କରିଥିଲା ।
Views: 56











