ବ୍ରହ୍ମପୁର : ଗୋପାଳପୁର ସମୁଦ୍ରରେ ଡଙ୍ଗା ଓଲଟି ଜଣେ ମୃତ । ଡଙ୍ଗାରେ ଥିବା ୨ ଜଣ ସୁରକ୍ଷିତ ଥିବା ସୂଚନା । ଭୋର ସମୟରେ ମାଛ ଧରିବାକୁ ଯାଇଥିବା ବେଳେ ଅଘଟଣ । ବଡ ଲହଡାରେ ଡଙ୍ଗା ଓଲଟି ପଡିିଥିଲା । ଡଙ୍ଗାରେ ବସିଥିବା ୨ ଜଣ ମତ୍ସ୍ୟଜୀବୀ ଡେଇଁ ପଡିଥିବା ବେଳେ ବୈରାଗୀଙ୍କ ଉପରେ ଡଙ୍ଗାଟି ପଡି ଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଜଣକ ହେଲେ ୬୩ ବର୍ଷୀୟ ବି.ବୈରାଗୀ ।
Views: 93











