The Ultimate Managed Hosting Platform
ADVERTISEMENT

ସମଲିଙ୍ଗୀ ବିବାହ ; ସଂସଦ ଆଇନ ନ ଆଣିବା ଯାଏଁ ସ୍ୱୀକୃତି ଦେଇ ହେବନି

Facebook
Twitter
LinkedIn

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ବିବାହ ଏକ ମୈାଳିକ ଅଧିକାର ନୁହେଁ ବୋଲି କହିଲେ କୋର୍ଟ । ସଂସଦ ଆଇନ ନ ଆଣିବା ଯାଏଁ ଏ ନେଇ ସ୍ୱୀକୃତି ଦେଇ ହେବନି । ଏ ନେଇ ସଂସଦ ନିଷ୍ପତ୍ତି ନେଉ ବୋଲି କହିଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ବିଚାରପତିଙ୍କୁ ନେଇ ଖଣ୍ଡପୀଠ ମାମଲାରେ ଶୁଣାଣି ହୋଇଥିଲା । ସୁପ୍ରିମକୋର୍ଟ କହିଛନ୍ତି ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବା ସଂସଦର ଅଧିକାର।
ସମଲିଙ୍ଗୀଙ୍କ ପାଇଁ ଉଚିତ ପଦକ୍ଷେପ ନେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦେ୍ଦେଶ ଦେଇଛନ୍ତି ଅଦାଲତ। ମାମଲାର ଶୁଣାଣି ଆରମ୍ଭ କରି ପ୍ରଥମେ ମତ ପ୍ରକାଶ କରିଥିଲେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ। ସେ କହିଥିଲେ ଯେ ପ୍ରଧାନ ବିଚାରପତି କହିଛନ୍ତି ଯେ, ଜୀବନସାଥୀ ବାଛିବା ଜୀବନର ଏକ ମହତ୍ବପୂର୍ଣ୍ଣ ଅଂଶ । ସାଥି ବାଛିବା ଏବଂ ସେହି ସାଥୀଙ୍କ ସହ ଜୀବନ ଅତିବାହିତ କରିବାର କ୍ଷମତା ଜୀବନ ଏବଂ ସ୍ବାଧୀନତା ଅଧିକାର ମଧ୍ୟରେ ଆସୁଅଛି ।
ଜୀବନ ଅଧିକାର ଅନ୍ତର୍ଗତ ଜୀବନ ସାଥୀ ବାଛିବାର ଅଧିକାର ରହିଛି । ଏଲଜିବିଟି ସମୁଦାୟ ସମେତ ସମସ୍ତ ବ୍ୟକ୍ତିଙ୍କୁ ଜୀବନସାଥୀ ବାଛିବାର ଅଧିକାର ରହିଛି । ପ୍ରଧାନ ବିଚାରପତି ଆହୁରି କହିଥିଲେ ଯେ, ଅଦାଲତ ନିୟମ ପ୍ରସ୍ତୁତ କରିପାରିବ ନାହିଁ । କିନ୍ତୁ ନିୟମର ସମୀକ୍ଷା କରିପାରିବୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login