ଭୁବନେଶ୍ୱର : ରାଜ୍ୟରେ ଥିବା ସବୁ ମିନି ଅଙ୍ଗନବାଡି ହେବ ନିୟମିତ । ୭୫୭୯ଟି ମିନି ଅଙ୍ଗନବାଡି କେନ୍ଦ୍ରକୁ ନିୟମିତ କେନ୍ଦ୍ର ଭାବେ ଉନ୍ନତୀ କରାଯିବ । ଏ ନେଇ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହା ଦ୍ୱାରା ରାଜ୍ୟରେ ଶିଶୁ ଯତ୍ନ କାର୍ଯ୍ୟକ୍ରମ ଆହୁରି ବ୍ୟାପକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ମିନି ଅଙ୍ଗନବାଡି କେନ୍ଦ୍ରର ଉନ୍ନତୀ ପାଇଁ ୫୫ କୋଟି ୨୧ ଲକ୍ଷ ୩୦ହଜାର ୧୫୦ ଟଙ୍କା ଖର୍ଚ୍ଚ ହେବ । ଏଥିରୁ ରାଜ୍ୟ ସରକାର ୩୬ କୋଟି ୪୦ ଲକ୍ଷ ୯୫ ହଜାର ୧୬୦ ଟଙ୍କା ବହନ କରୁଥିବା ବେଳେ କେନ୍ଦ୍ର ସରକାର ୧୮ କୋଟି ୮୦ ଲକ୍ଷ ୩୪ ହଜାର ୯୯୦ ଟଙ୍କା ବହନ କରୁଛନ୍ତି ।
Views: 74