କେନ୍ଦୁଝର : ଗତକାଲି ବୁଧବାର ରାତିରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ମାର୍କେଟ ସ୍ଥିତ ସନ୍ତୋଷି ମା ମନ୍ଦିରରେ ଥିବା ଦାନ ବାକ୍ସ ,ଠାକୁରଙ୍କ ରୁପା ମୁକୁଟ, ସୁନା ମୁକୁଟ , ଠାକୁରଙ୍କ ରୁପା ସୁନା ଆସବାବ ପତ୍ର ଚୋର ଚୋରି କରି ନେଇ ପଳାଇଯାଇଥିଲେ । ଆଜି ମନ୍ଦିର କମିଟି ପକ୍ଷରୁ ଏହି ଚୋରି ଅଭିଯୋଗ ବିଷୟରେ ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହା ପରେ ନୂତନ ଭାବେ ନିୟୈ÷ଜିତ ହୋଇଥିବା ବଡ଼ବିଲ ଥାନା ଅଧିକାରୀ ଶ୍ରୀଯୁକ୍ତ ରମାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶରେ ବଡ଼ବିଲ ଥାନାର ସବ୍ ଇନ୍ସପେକ୍ଟର ଶ୍ରୀଯୁକ୍ତ ବୋରଦା ପ୍ରସନ ସାହୁ ତଦନ୍ତ କରି ଚୋରକୁ ଧରିବା ସହିତ ଚୋରି ହୋଇଥିବା ଠାକୁରଙ୍କ ଜିନିଷ ପତ୍ର ଟଙ୍କା ଜବତ କରିଥିଲେ । ଏହାର ଆନୁମାଲିକ ମୂଲ୍ୟ ଏକ ଲକ୍ଷ ୨୫ ହଜାର ଟଙ୍କା ହେବ ।ଚୋରି କରି ଥିବା ଅଭିଯୁକ୍ତ ବଡ଼ବିଲ ନ୍ୟୁଉ ମାର୍କେଟ ର ବାଲବିର ସିଂ ଓରଫ୍ ଗୋରା । ଚୋରି କରି ଥିବା ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ବୋଲି ବଡ଼ବିଲ ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ରମାକାନ୍ତ ମୁଦୁଲି ସୂଚନା ଦେଇଛନ୍ତି।
ସନ୍ତୋଷି ମା ମନ୍ଦିରରୁ ଲୁଟ, ଅଭିଯୁକ୍ତ ଗିରଫ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











