The Ultimate Managed Hosting Platform
ADVERTISEMENT

ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତର

Facebook
Twitter
LinkedIn

ଜଗତସିଂହପୁର : ପିକଅପ ଭ୍ୟାନ ବୁଲେଟ ମୁହାଁ ମୁହିଁ ଧକ୍କା।ଘଟଣା ସ୍ଥଳରେ ବୁଲେଟ ଚାଳକ ମୃତ । ପଛରେ ବସିଥିବା ସାଙ୍ଗ ଗୁରୁତର ଆହତ। ଗୁରୁତର ଆହତ ହୋଇଥିବାରୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।ସୂଚନା ମୁତାବକ ବାଲିକୁଦା ଥାନା ଆମ୍ବସାଳ ଗ୍ରାମର ଦେବେନ୍ଦ୍ର କୁମାର ସାହୁଙ୍କ ପୁଅ କିଶନ କୁମାର ସାହୁ ଓ ତାଙ୍କ ସାଙ୍ଗ ମିହିର କୁମାର ପଣ୍ଡା ଗତକାଲି ଏକ ବିବାହ ଉତ୍ସବ ରେ ଭୁବନେଶ୍ୱର ଯାଇଥିଲେ।ସକାଳୁ ଫେରୁଥିବା ବେଳେ ଜଗତସିଂହପୁର ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଗନ୍ଧିଛକ ନିକଟରେ ଜଗତସିଂହପୁର ରୁ କଟକ ଅଭିମୁଖେ ଯାଉଥିବା ଏକ ପିକଅପ୍ ଭ୍ୟାନ ସହିତ ମୁହାଁ ମୁହିଁ ଧକା ହୋଇଥିଲା।ଘଟଣାସ୍ଥଳରେ କିଶନ ଙ୍କ ମୃତ୍ୟୁ ଘଟିଥିଲା।ସାଙ୍ଗରେ ଥିବା ମିହିର ଗୁରୁତର ଆହତ ହୋଇଥିଲେ।ଘଟଣା ସ୍ଥଳରେ ଜଗତସିଂହପୁର ପୋଲିସ ପହଞ୍ଚି ଉଭୟଙ୍କୁ ଜଗତସିଂହପୁର ମୁଖ୍ୟାଚିକିତ୍ସାଳୟକୁ ଆଣିବା ସହିତ ପିକଅପ୍ ଭ୍ୟାନ କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login