କଲମ୍ବୋ: ସଡକ ଦୁର୍ଘଟଣାରେ ଶ୍ରୀଲଙ୍କା ମନ୍ତ୍ରୀଙ୍କର ଚାଲିଗଲା ଜୀବନ । ଗତ ଗୁରୁବାର ଦିନ କାର ଦୁର୍ଘଟଣାରେ ଶ୍ରୀଲଙ୍କା ରାଜ୍ୟ ମନ୍ତ୍ରୀ ଏବଂ ତାଙ୍କ ସୁରକ୍ଷା ଦଳର ଜଣେ କନଷ୍ଟେବଳଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାକୁ ନେଇ ଶ୍ରୀଲଙ୍କା ପୁଲିସ ସୂତ୍ରରୁ ପ୍ରକାଶ, ୪୮ବର୍ଷୀୟ ଜଳ ଯୋଗାଣ ମନ୍ତ୍ରୀ ସନତ ନିଶାନ୍ତ ଏସୟୁଭି କଲମ୍ବୋ ଅଭିମୁଖେ ଯାତ୍ରା କରୁଥିଲେ। ଏହି ସମୟରେ ରାସ୍ତାରେ ଛିଡ଼ା ହୋଇଥିବା ମାଲବାହୀ କଣ୍ଟେନର ଟ୍ରକ ପଛପଟେ ସନତ ନିଶାନ୍ତଙ୍କ କାର ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ କାର ଭିତରେ ବସିଥିବା ଶ୍ରୀଲଙ୍କା ରାଜ୍ୟ ମନ୍ତ୍ରୀ ସନତ ନିଶାନ୍ତ ଓ କନଷ୍ଟେବଳଙ୍କ ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଉଡ଼ିଯାଇଥିଲା। ଦୁର୍ଘଟଣାରେ ଗାଡିଚାଳକ ଗୁରୁତର ଆହତ ହୋଇଥିଲେ। ପୁଲିସ ଓ ସ୍ଥାନୀୟଲୋକ ଗାଡ଼ିଚାଳକଙ୍କ ମୃତଦେହକୁ ଉଦ୍ଧାର କରି ଚିକିତ୍ସା ପାଇଁ ରାଗାମା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏଥିସହିତ ଦୁର୍ଘଟଣାସ୍ଥଳରୁ ରାଜ୍ୟମନ୍ତ୍ରୀ ଓ କନଷ୍ଟେବଳଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପୁଲିସ ପଠାଇଦେଇଛି। କାଟୁନାକେ ଏକ୍ସପ୍ରେସୱେରେ ଘଟିଥିବା ଏହି ଦୁର୍ଘଟଣାର ପୁଲିସ ତଦନ୍ତ କରୁଛି।
ସଡକ ଦୁର୍ଘଟଣାରେ ଶ୍ରୀଲଙ୍କା ରାଜ୍ୟମନ୍ତ୍ରୀଙ୍କ ପରଲୋକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











