ବ୍ୟୁରୋ : କୁହାଯାଏ କି ଯଦି ବ୍ୟକ୍ତିଙ୍କ ଭାଗ୍ୟ ଭଲ ଥାଏ ତେବେ ତାଙ୍କୁ ସୁଖ ସୁବିଧା ମିଳିଥାଏ । ସେହିପରି ଭାଗ୍ୟ ସାଥ ନ ଦେଲେ ଯେତେ ମଧ୍ୟ କଠିନ ପରିଶ୍ରମ କଲେ ବି ସଫଳତା ହାସଲ କରି ଥାନ୍ତି । ବ୍ୟକ୍ତିଙ୍କ ଖରାପ ଅଭ୍ୟାସ ସୁଖ କୁ ଛଡାଇ ନେଇଥାଏ । ଯଦି ସମୟ ଆଗରୁ ଏହାକୁ ବଦଳା ଯାଏ ତେବେ ଦୁର୍ଭାଗ୍ୟ ସୈାଭାଗ୍ୟରେ ମଦଳି ଯାଇପାରେ ।
ଜ୍ୟେତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ନିଜ ଭାଗ୍ୟର ନିର୍ମାଣ ନିଜ ସ୍ୱଭାବ , କର୍ମ ଏବଂ ଅଭ୍ୟାସରୁ ବନିଥାଏ ଏବଂ ବିଗିଡି ଯାଇଥାଏ । ଯଦି ନିୟମିତ ଭାବରେ ଉଠି କିଛି କାର୍ଯ୍ୟ କରି ଦିଅନ୍ତି ତେବେ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହୋଇପାରେ । ଏହା ସହ ଆସୁଥିବା ସମସ୍ୟାକୁ ସମୟ ଆଗରୁ ଦୂର କରାଯାଇପାରିବ । ଆସନ୍ତୁ ଜାଣିବା ସେହି ପରି କିଛି କଥା , ଯାହା ଆପଣଙ୍କ ଭାଗ୍ୟକୁ ପରିବର୍ତ୍ତନ କରିଦେବ ।
ସୂର୍ଯେ୍ୟାଦୟ ପୂର୍ବରୁ ଉଠିବା –ଶାସ୍ତ୍ରରେ ଉଠିବାର ସମୟ ସୂର୍ଯେ୍ୟାଦୟ ପୂର୍ବରୁ ହିଁ କୁହାଯାଇଛି । କୁହାଯାଏ କି ବ୍ରାହ୍ମ ମୂହୁର୍ତ୍ତରେ ଉଠୁଥିବା ବ୍ୟକ୍ତି ସମସ୍ତ କାର୍ଯ୍ୟରେ ସିଦ୍ଧ ହୋଇଥାନ୍ତି । ଏହା କରିବା ଦ୍ୱାରା ବ୍ୟକ୍ତିଙ୍କର ମନ, ମସ୍ତିଷ୍କ ସୁସ୍ଥ ରହିଥାଏ । ତେଣଉ ଯେ କୈାଣସି କାମର ଆରମ୍ଭ ସକାଳ ସମୟରେ ଉତ୍ସାହ ଏବଂ ଉଦ୍ଦିପନାର ସହ ହୁଏ ।
ଦୁଇ ହାତର ପାପୁଲିକୁ ଦେଖିବା- ଶାସ୍ତ୍ରରେ କୁହାଯାଇଛି କି , ପାପୁଲିରେ ଦେବୀ ଦେବତା ରହିଥାନ୍ତି । ତେଣଉ ସକାଳୁ ଉଠିଲେ ଦୁଇଟି ହାତର ପାପୁଲିକୁ ଦେଖିଲେ ପ୍ରଭୁଙ୍କର ଦର୍ଶନ ସହ ସମାନ ହୋଇଥାଏ । ସୈାଭାଗ୍ୟ ପାଇବାର ଏହା ହେଉଛି ସବୁଠୁ ଉତ୍ତମ ଏବଂ ସହଜ ଉପାୟ । କୁହାଯାଏ କି ଯେଉଁ ବ୍ୟକ୍ତି ଏହିପରି କରିଥାନ୍ତି ତାଙ୍କ ଜୀବନରେ କୈାଣସି ବାଧା ବିଘ୍ନ ଆସି ନ ଥାଏ ।
ଇଷ୍ଟ ଦେବଙ୍କୁ ପ୍ରଣାମ କରନ୍ତୁ –ସକାଳୁ ଉଠି ପାପୁଲି ଦର୍ଶନ କରିବା ପରେ ନିଜର ଇଷ୍ଟ ଦେବଙ୍କୁ ପ୍ରଣାମ କରିବା ଉଚିତ । ଏହା କରିବା ଦ୍ୱାରା ଜୀବନରେ ସଫଳତା ମିଳିବା ସହ ଆଗକୁ ବଢିପାରିବେ ।
ସକାଳୁ ଉଠି କରନ୍ତୁ ଏହି ୩ କାମ , ହୋଇଯିବେ ଲକ୍ଷପତି

Facebook
Twitter
LinkedIn
Facebook
Twitter
LinkedIn
Recent News
ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ସୁବାସ ପାଣିଙ୍କ ପରଲୋକ
ଭୁବନେଶ୍ୱର : ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ସୁବାସ ପାଣିଙ୍କ ପରଲୋକ । ଜଗନ୍ନାଥ ସଂସ୍କୃତି ଗବେଷକ ଓ ଲେଖକ ଭାବେ ମଧ୍ୟ ପରିଚିତ । ଆଜି...
ଏଫଏମ ପୀଡିତାଙ୍କ ମୃତ୍ୟୁ ଘଟଣାରେ ନୂଆ ସୁରାକ ; ମିଳିଲା ମୃତ୍ୟୁ ପୂର୍ବର ସିସିଟିଭି ଫୁଟେଜ
ବାଲେଶ୍ୱର : ବାଲେଶ୍ୱର ଏଫଏମ ପୀଡିତାଙ୍କ ମୃତ୍ୟୁ ଘଟଣାରେ ନୂଆ ସୁରାକ । ସାମ୍ନାକୁ ଆସିଲା ଆତ୍ମାହୁତି ପୂର୍ବର ସିସିଟିଭି ଫୁଟେଜ । ପୀଡିତା ସାଇକେଲରେ ଯାଉଥିବାର...
ବଳଙ୍ଗା ପୀଡିତାଙ୍କ ଶେଷ ଦର୍ଶନ ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଲେ, ସତ୍ୟ ପଦାକୁ ଆସିବ
ବଳଙ୍ଗା : ବଳଙ୍ଗା ପୀଡିତାଙ୍କ ଶେଷ ଦର୍ଶନ ପରେ ପ୍ରଭାତୀ ପରିଡାଙ୍କ ପ୍ରତିକ୍ରିୟା ।ଚିକିତ୍ସା ପାଇଁ ରାଜ୍ୟ ସରକାର ସବୁ ବ୍ୟବସ୍ଥା କରିଥିଲେ , କିନ୍ତୁ ବଞ୍ଚାଇ...
ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀଙ୍କ ପ୍ରତିକ୍ରିୟା ; ‘କେଉଁଠି ବେଞ୍ଚ ହେବ ଓକିଲ ସଂଘ ସ୍ଥିର କରନ୍ତୁ’
ଭୁବନେଶ୍ୱର : ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀଙ୍କ ପ୍ରତିକ୍ରିୟା । କେଉଁଠି ବେଞ୍ଚ ହେବ ଓକିଲ ସଂଘ ସ୍ଥିର କରନ୍ତୁ । ହାଇକୋର୍ଟ ବେଞ୍ଚ...