ସଂସଦରେ ସୁରକ୍ଷା ଭଙ୍ଗ : ବେଙ୍ଗାଲୁରୁର ଜଣଙ୍କୁ ଅଟକ ରଖିଲା ପୋଲିସ । କର୍ଣ୍ଣାଟକର ପୂର୍ବତନ ବରିଷ୍ଠ ପୋଲିସ ଅଧିକାରୀଙ୍କ ପୁଅ ଅଟକ । ପୋଲିସ ଅଧିକାରୀଙ୍କ ପୁଅ ହେବା ସହିତ ଜଣେ ଟେକ୍ନିକାଲ ଏକ୍ସପର୍ଟ ମଧ୍ୟ । ସଂସଦ ସୁରକ୍ଷା ଭାଙ୍ଗି ପଶିଥିବା ଅଭିଯୁକ୍ତଙ୍କ ସାଙ୍ଗ ହେଉଛନ୍ତି ଟେକ୍ନିକାଲ ଏକ୍ସପର୍ଟ । ତାଙ୍କୁ ପଚରାଉଚରା ପାଇଁ ଦିଲ୍ଲୀକୁ ଅଣାଯାଇଛି ।
କର୍ଣ୍ଣାଟକର ଜଣେ ଅବସାରପ୍ରାପ୍ତ ପୋଲିସ ଅଧିକାରୀଙ୍କ ପୁଅ ହେଉଛନ୍ତି ସାଇକ୍ରିଷ୍ଣା ଜାଗଲି। ପୋଲିସ କହିବା ଅନୁସାରେ, ସଂସଦ ସୁରକ୍ଷା ଭଙ୍ଗ କରି ଗୃହରେ ସ୍ମୋକ୍ ସ୍ପ୍ରେ କରିଥିବା ଡି. ମନୋରଞ୍ଜନର ସାଙ୍ଗ ହେଉଛନ୍ତି ସାଇକ୍ରିଷ୍ଣା । ତାଙ୍କର ସ୍ମୋକ୍ ଆଟାକ୍ ସହ ଲିଙ୍କ୍ ଥିବା ସନ୍ଦେହ କରୁଛି ପୋଲିସ । ଏଥିପାଇଁ ଅଟକ ଇଞ୍ଜିନିୟର ସାଇକ୍ରିଷ୍ଣାଙ୍କୁ ଜେରା ପାଇଁ ଦିଲ୍ଲୀ ଅଣାଯାଉଛି ।
Views: 55