ପୁରୀ : ଆଜି ମହାପ୍ରଭୁଙ୍କୁ ଦିଆଯିବ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନିମନ୍ତ୍ରଣ ପତ୍ର । ମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯିବ ନିମନ୍ତ୍ରଣ ପତ୍ର । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହିବେ । ଜାନୁଆରୀ ୧୭ରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥିପାଇଁ ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ସମ୍ପର୍କିତ ନିମନ୍ତ୍ରଣ ମହାପ୍ରଭୁଙ୍କ ଶ୍ରୀଚରଣରେ ଅର୍ପଣ ହେବ । ଯଜମାନ ଭାବେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଯଜ୍ଞର ପୂର୍ଣ୍ଣାହୁତି ଦେବେ । ଏଣୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିଷ୍ଠା ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆସନ୍ତାକାଲି ଠାରୁ ନିମନ୍ତ୍ରଣ ପତ୍ର ବଣ୍ଟନ ହେବ । ନିମନ୍ତ୍ରଣ ପତ୍ର ସହ ଏକ ସ୍ୱତନ୍ତ୍ର କିଟ୍ ମଧ୍ୟ ପ୍ରଦାନ କରାଯିବ । ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ତିନୋଟି ଭାଷାରେ ରହିବ । ଏଥିରେ ପରିକ୍ରମା ପ୍ରକଳ୍ପକୁ ତଥ୍ୟ ରହିବ । ବିଭିନ୍ନ ଧାର୍ମିକ ଅନୁଷ୍ଠାନକୁ ଏହି ନିମନ୍ତ୍ରଣ ପତ୍ର ପଠାଯିବ । ଏଥିପାଇଁ ଜିଲ୍ଲାୱାରି ତାଲିକା ପ୍ରସ୍ତୁତ ହୋଇଛି । ଯେଉଁଥିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ୭୪୬ଟି ଜଗନ୍ନାଥ ମନ୍ଦିର, ୧୧୧ଟି ଅନ୍ୟ ମନ୍ଦିରକୁ ନିମନ୍ତ୍ରଣ ପତ୍ର ପଠାଯିବ ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପ୍ରଥମେ ମହାପ୍ରଭୁଙ୍କୁ ନିମନ୍ତ୍ରଣ

Facebook
Twitter
LinkedIn
Facebook
Twitter
LinkedIn
Recent News
ଛାତ୍ରୀ ଆତ୍ମାହୁତି ଉଦ୍ୟମ : ଅଧ୍ୟାପକ ଅଟକ
ବାଲେଶ୍ୱର : ବାଲେଶ୍ୱର ଏଫଏମ ଘଟଣାରେ ଅଭିଯୁକ୍ତ ଅଧ୍ୟାପକ ଥାନାରେ ଅଟକ । ଏଜୁକେସନ ବିଭାଗର ମୁଖ୍ୟ ସମୀର ସାହୁ ଥାନାରେ ଅଟକ । ସହଦେବଖୁଣ୍ଟା ଥାନାରେ...
ଡ୍ରାଇଭର ଆନେ୍ଦାଳନ ନାଁରେ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ
ଭୁବନେଶ୍ୱର : ଡ୍ରାଇଭର ଭାଇମାନଙ୍କୁ ଆନେ୍ଦାଳନରୁ ଓହରିବାକୁ ପରିବହନ ମନ୍ତ୍ରୀଙ୍କ ଅନୁରୋଧ । ସରକାର ଆପଣଙ୍କ ସମସ୍ତ ଦାବିକୁ ଶୁଣିଛନ୍ତି । ସବୁ ଦାବିର ସମାଧାନ ହେବ...
ବଜ୍ରାଘାତ ନେଲା ୩ ଜୀବନ
ନୀଳଗିରି : ପୁଣି ଆକାଶରୁ ଖସିଲା ମୃତ୍ୟୁ । ବଜ୍ରାଘାତରେ ୨ ମହିଳାଙ୍କ ସମେତ ୩ ଶ୍ରମିକଙ୍କ ଜୀବନ ଯାଇଛି । ବରହମପୁର ଥାନା ଛତ୍ରପୁରରେ କେନାଲ...
ଅର୍ଚ୍ଚନା ନାଗଙ୍କୁ ମୁଁ ଜାଣିନି : ମାନସ
ଭୁବନେଶ୍ୱର : ବିଜେଡି ନେତା ତଥା ସାଂସଦ ମାନସ ମଙ୍ଗରାଜଙ୍କ ପ୍ରତିକ୍ରିୟା । କହିଲେ ଅର୍ଚ୍ଚନା ନାଗଙ୍କୁ ମୁଁ ଜାଣି ନାହିଁ । ଚକ୍ରାନ୍ତ କରି ତାଙ୍କ...