ପୁରୀ : ପଢୁଆ ହେବେ ବଡ ଠାକୁର ଶ୍ରୀ ବଳଭଦ୍ର । ମାମୁଁ ଘରୁ ଗଲା ପଢୁଆଁ ଭାର । ନିଆଳିର ମାଧବାନନ୍ଦଜୀଉଙ୍କ ପୀଠରୁ ଶ୍ରୀମନ୍ଦିରକୁ ଗଲା ପଢୁଆଁ ଭାର । ପାଟବସ୍ତ୍ର , ବିଭିନ୍ନ ଫଳମୂଳ ସହ ଏକଲକ୍ଷ ପୀଠା ଭାର ଗଲା ଶ୍ରୀମନ୍ଦିର । ମାର୍ଗଶୀର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ବଡଦିଅଁ ହେବେ ପୋଢୁଆଁ । ପୋଢୁଆଁ ଭାରରେ ଚାଉଳ, ବିରି, ନଡିଆ, ଗୁଡ, ବିଭିନ୍ନ ପ୍ରକାରର ଫଳମୂଳ ସହ ତୁଳସୀ ପଦ୍ମଫୁଲ ବି ସାମିଲହୋଇଛି । ଏକ ଭବ୍ୟ ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟ ନୃତ୍ୟ କରାଯାଇ ଏହି ଭାର ଶ୍ରୀମନ୍ଦିର ଅଭିମୁଖେ ନିଆଯାଇଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥ, ପ୍ରଭୁ ବଳଭଦ୍ର, ସୁଭଦ୍ରା, ସୁଦର୍ଶନ, ମାଧବ, ଭୂଦେବୀ, ଶ୍ରୀଦେବୀଙ୍କ ପାଇଁ ପାଟବସ୍ତ୍ର ନେଇ ଯାଉଛନ୍ତି ।
Views: 26