ପୁରୀ : ଶ୍ରୀମନ୍ଦିର ଆଇନ ଅଧିକ କଠୋର ସହ ସଂଶୋଧନ ହେବା ପାଇଁ ପ୍ରସ୍ତାବ । ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ । ମହାପ୍ରଭୁଙ୍କ ସଂସ୍କୃତିକୁ କ୍ଷୁର୍ଣ୍ଣ କଲେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ସୁପାରିଶ । ଶ୍ରୀମନ୍ଦିର ଭିତରୁ ହିଡେନ କ୍ୟାମେରା ଧରାପଡିବା ପରେ ପ୍ରସ୍ତାବ । ୪ଟି ବିନ୍ଦୁ ଉପରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ସେହିପରି ମହାପ୍ରଭୁଙ୍କ ସଂସ୍କୃତି ଓ ଗରିମାକୁ କ୍ଷୁର୍ଣ୍ଣ କଲେ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ସୁପାରିଶ ହୋଇଛି । ସୋସିଆଲ ମିଡିଆରେ ଭାବାବେଗକୁ ଆଘାତ ଦେଲା ଭଳି ପୋଷ୍ଟ କଲେ, କଠୋର ଦଣ୍ଡବିଧାନ ଅର୍ଥାତ୍ ଅଭିଯୁକ୍ତଙ୍କୁ ୭ ବର୍ଷ ପର୍ୟ୍ୟନ୍ତ ଜେଲ ଦଣ୍ଡାଦେଶ ଓ ଏନବିଡବ୍ଲୁ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏହାସହ କୌଣସି ବ୍ୟକ୍ତି ଜାଣତରେ ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ୍ର ବ୍ୟବହାର କରନ୍ତି, ତାହେଲେ ୧ହଜାର ଟଙ୍କାର ଜୋରିମାନା ଦେବା ପାଇଁ ପ୍ରସ୍ତାବ ଦିଆଯାଇଛି । ସେହିପରି ଶ୍ରୀମନ୍ଦିର ଉପରେ ଅନଧିକୃତ ଭାବେ ଡ୍ରୋନ୍ ଉଡ଼ାଇଲେ, କଠୋର ଦଣ୍ଡାବିଧାନ ସହ ଏନବିଡବ୍ଲୁ ଲାଗୁ କରାଯିବା ନେଇ ସୁପାରିସ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟିର ସୁପାରିସ କ୍ରମେ ଶ୍ରୀମନ୍ଦିର ଆଇନ୍ ୧୯୯୫ ଅନ୍ତର୍ଗତ ଦଣ୍ଡବିଧାନ ହୋଇପାରିବ । ତିନିବର୍ଷ ପର୍ୟ୍ୟନ୍ତ ଜେଲ ଦଣ୍ଡର ବ୍ୟବସ୍ଥା କରିବାକୁ ସରକାରଙ୍କୁ ସୁପାରିସ କରିଛି ଶ୍ରୀମନ୍ଦିର ପ୍ରଶାସନ ।
ଶ୍ରୀମନ୍ଦିର ଆଇନ ସଂଶୋଧନ ପାଇଁ ପ୍ରସ୍ତାବ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











