ପୁରୀ : ଶ୍ରୀମନ୍ଦିର ଆଇନ ଅଧିକ କଠୋର ସହ ସଂଶୋଧନ ହେବା ପାଇଁ ପ୍ରସ୍ତାବ । ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ । ମହାପ୍ରଭୁଙ୍କ ସଂସ୍କୃତିକୁ କ୍ଷୁର୍ଣ୍ଣ କଲେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ସୁପାରିଶ । ଶ୍ରୀମନ୍ଦିର ଭିତରୁ ହିଡେନ କ୍ୟାମେରା ଧରାପଡିବା ପରେ ପ୍ରସ୍ତାବ । ୪ଟି ବିନ୍ଦୁ ଉପରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ସେହିପରି ମହାପ୍ରଭୁଙ୍କ ସଂସ୍କୃତି ଓ ଗରିମାକୁ କ୍ଷୁର୍ଣ୍ଣ କଲେ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ସୁପାରିଶ ହୋଇଛି । ସୋସିଆଲ ମିଡିଆରେ ଭାବାବେଗକୁ ଆଘାତ ଦେଲା ଭଳି ପୋଷ୍ଟ କଲେ, କଠୋର ଦଣ୍ଡବିଧାନ ଅର୍ଥାତ୍ ଅଭିଯୁକ୍ତଙ୍କୁ ୭ ବର୍ଷ ପର୍ୟ୍ୟନ୍ତ ଜେଲ ଦଣ୍ଡାଦେଶ ଓ ଏନବିଡବ୍ଲୁ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏହାସହ କୌଣସି ବ୍ୟକ୍ତି ଜାଣତରେ ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ୍ର ବ୍ୟବହାର କରନ୍ତି, ତାହେଲେ ୧ହଜାର ଟଙ୍କାର ଜୋରିମାନା ଦେବା ପାଇଁ ପ୍ରସ୍ତାବ ଦିଆଯାଇଛି । ସେହିପରି ଶ୍ରୀମନ୍ଦିର ଉପରେ ଅନଧିକୃତ ଭାବେ ଡ୍ରୋନ୍ ଉଡ଼ାଇଲେ, କଠୋର ଦଣ୍ଡାବିଧାନ ସହ ଏନବିଡବ୍ଲୁ ଲାଗୁ କରାଯିବା ନେଇ ସୁପାରିସ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟିର ସୁପାରିସ କ୍ରମେ ଶ୍ରୀମନ୍ଦିର ଆଇନ୍ ୧୯୯୫ ଅନ୍ତର୍ଗତ ଦଣ୍ଡବିଧାନ ହୋଇପାରିବ । ତିନିବର୍ଷ ପର୍ୟ୍ୟନ୍ତ ଜେଲ ଦଣ୍ଡର ବ୍ୟବସ୍ଥା କରିବାକୁ ସରକାରଙ୍କୁ ସୁପାରିସ କରିଛି ଶ୍ରୀମନ୍ଦିର ପ୍ରଶାସନ ।
ଶ୍ରୀମନ୍ଦିର ଆଇନ ସଂଶୋଧନ ପାଇଁ ପ୍ରସ୍ତାବ

Facebook
Twitter
LinkedIn
Facebook
Twitter
LinkedIn
Recent News
ଭାରତ ଆସିବେ ରୁଷ ରାଷ୍ଟ୍ରପତି
ନୂଆଦିଲ୍ଲୀ : ଭାରତ ଆସିବେ ରୁଷ୍ ରାଷ୍ଟ୍ରପତି । ଆମେରିକା ସହ ଭାରତର ସମ୍ପର୍କ ଦିନକୁ ଦିନ ଖରାପ ହେଉଥିବା ବେଳେ ଏବେ ରୁଷ୍ ଓ ଭାରତ...
୩ ଦୁଷ୍କର୍ମୀଙ୍କୁ ଆଜୀବନ
ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...
ସାରା ଦେଶରେ ଭୋଟ ଚୋରି : ରାହୁଲ
ନୂଆଦିଲ୍ଲୀ : ପୁଣି ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ । ସାରା ଦେଶରେ ଭୋଟ ଚୋରି ହେଉଥିବା କହି ବର୍ଷିଲେ । ଭୋଟର ଲିଷ୍ଟରେ...
ବାପ-ଝିଅ ଉପରେ ମାଡିଗଲା ହାଇୱା
ପାରାଦୀପ : ବାଇକ ଉପରେ ମାଡିଗଲା ହାଇୱା । ବାପ ,ଝିଅଙ୍କର ଚାଲିଗଲା ଜୀବନ । କଟକ-ପାରାଦୀପ ରାସ୍ତା କୋଠିଆସାହି ଛକରେ ଦୁର୍ଘଟଣା । ଦୁର୍ଘଟଣା ପରେ...