The Ultimate Managed Hosting Platform
ADVERTISEMENT

ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ପଇତାଲାଗି ନୀତି , ଆଜି ୫ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ

Facebook
Twitter
LinkedIn

ପୁରୀ: ଆଜି ମାର୍ଗଶିର କୃଷ୍ଣ ସପ୍ତମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଆଜି ୫ ଘଣ୍ଟା ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୫ଟାରୁ ରାତି ୧୦ଟା ଯାଏଁ ଦର୍ଶନ ବନ୍ଦ କରାଯିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଏଣେ ନିଆଳିରୁ ଶ୍ରୀମନ୍ଦିରକୁ ପୋଢୁଆଁ ଭାର ଯିବ। ନିଆଳିର ମାଧବାନନ୍ଦଜୀଉ ମନ୍ଦିରରୁ ଭଣଜାଙ୍କ ପାଇଁ ନବବସ୍ତ୍ର ଓ ଅଷ୍ଟମୀଭାର ଯିବ। ଏବେ ମାଧବାନନ୍ଦଜୀଉ ମନ୍ଦିରରେ ପୂଜାର୍ଚ୍ଚନା ଚାଲିଛି।ଆଉ କିଛି ସମୟ ମଧ୍ୟରେ ପୋଢୁଆଁ ଭାର ଶ୍ରୀମନ୍ଦର ଅଭିମୁଖେ ବାହାରିବେ। ନିଆଳି ସ୍ଥିତ ମାଧବାନନ୍ଦଙ୍କ ମନ୍ଦିର ହେଉଛି ଜଗନ୍ନାଥଙ୍କ ମାମୁଁଘର । ସେଥିପାଇଁ କଟକ ଜିଲ୍ଲା ନିଆଳି ମାଧବାନନ୍ଦଜୀଉ ମନ୍ଦିର ଚଳଚଞ୍ଚଳ ହୋଇଉଠିଛି। ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ କାଳିଆ ଠାକୁର ପୋଢୁଆଁ ହେବେ। ମହାପ୍ରଭୁ ପିନ୍ଧିବେ ନୂଆବସ୍ତ୍ର, ଲାଗିହେବ ସ୍ୱତନ୍ତ୍ର ଭୋଗ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login