The Ultimate Managed Hosting Platform
ADVERTISEMENT

ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ହରିଶୟନ ଏକାଦଶୀ

Facebook
Twitter
LinkedIn

ପୁରୀ : ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ହରିଶୟନ ଏକାଦଶୀ ନୀତି । ୩ ଠାକୁରଙ୍କ ହେବ ସ୍ୱତନ୍ତ୍ର ନୀତି । ପରମ୍ପରା ଅନୁଯାୟୀ, ଆଜି ଠାରୁ ମହାପ୍ରଭୁ ୪ ମାସ ପର୍ୟ୍ୟନ୍ତ ଶୋଇ ରହିବେ। ଭାଦ୍ରବ ମାସରେ କଡ଼ ଲେଉଟେଇବେ। କାର୍ତ୍ତିକ ମାସ ଶୁକ୍ଲପକ୍ଷ ଏକାଦଶୀ ଦିନ ମହାପ୍ରଭୁ ନିଦରୁ ଉଠିବେ। ଏଣୁ ମହାପ୍ରଭୁ ଆଜି ଠାରୁ ନିଦ୍ରା ଯାଇଛନ୍ତି।
ଭାଦ୍ରବ ମାସରେ ମହାପ୍ରଭୁଙ୍କ କଡ଼ ଲେଉଟା ନୀତି ଅନୁଷ୍ଠିତ ହେବ। ଏଥିପାଇଁ ତିନି ଜଣ ପୂଜାପଣ୍ଡା ସାମନ୍ତ ତିନି ମୂର୍ତ୍ତି ଶୟନ ଠାକୁରଙ୍କ ସୁବର୍ଣ୍ଣ ପ୍ରତିମାଙ୍କୁ ଆଣିବେ।ଶ୍ରୀବଳଭଦ୍ରଙ୍କ ସ୍ଥାନରେ ବାସୁଦେବ ,ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ଵରୀ ଓ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶୟନ ଠାକୁର ଶ୍ରୀନାରାୟଣ ବିଜେ ହେବେ । ସେଠାରେ ସ୍ଵତନ୍ତ୍ର ନୀତି କରାଯିବ । ଏହାପରେ ଶୟନ ଠାକୁରଙ୍କୁ ହାତରେ ବିଜେ କରି ଭଣ୍ଡାର ଦୁଆରେ ପହଞ୍ଚିବା ପରେ ଶୟନ ନୀତି ଅନୁଷ୍ଠିତ ହେବ । ଏହି ସମୟ ଭିତରେ ଯେହେତୁ ମହାପ୍ରଭୁ ଶୟନ ଯାଇଥାନ୍ତି, ସେହି ଦୃଷ୍ଟିରୁ ଏହା ଭିତରେ କୌଣସି ଶୁଭ କାର୍ୟ୍ୟ କରାଯାଏ ନାହିଁ ବୋଲି ବିଶ୍ବାସ ରହିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login