ପୁରୀ : ଆଜି ପଞ୍ଚୁକର ଦ୍ୱିତୀୟ ଦିନ । ଶ୍ରୀମନ୍ଦିରରେ ଘଟିଛି ଅଘଟଣ । ୭୩ ବର୍ଷୀୟା ହବିଷ୍ୟାଳୀଙ୍କ ମୃତ୍ୟୁ ହୋଇଛି । ନୟାଗଡରୁ ଆସିଥିବା ୭୩ ବର୍ଷୀୟା ହବିଶ୍ୟାଳୀ ଫକୀର ଧଳୁଆ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ସାରି ମନ୍ଦିର ଭିତରେ ଥିବା ଉପବନରେ ବସିଥିଲେ। ହଠାତ୍ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Views: 79