ଭୁବନେଶ୍ୱର : ରାଜ୍ୟରେ ବଢୁଛି ଶୀତ । ଶୀତର ପ୍ରକୋପ ମଧ୍ୟ ଆହୁରି ବଢିବ । ଶିମିଳିପାଳରେ ୩ ଡିଗ୍ରୀ ଖସିଲା ତାପମାତ୍ରା । ଉପର ବାରାକାମୁଡ଼ାରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ରେକର୍ଡ କରାଯାଇଛି । ରାଉରକେଲାରେ ୧୦.୨ ଡିଗ୍ରୀ , ଝାରସୁଗୁଡ଼ାରେ ୧୦.୩ ଡିଗ୍ରୀ, କେନ୍ଦୁଝରରେ ୧୧.୬ ଡିଗ୍ରୀ ରହିଥିବା ବେଳେ ସମ୍ବଲପୁରରେ ୧୩. ୫ଡିଗ୍ରୀ ସେଲସିୟସ ରହିଛି ।
ସେହିପରି ଭୁବେନଶ୍ବରରେ ୧୪. ୮ଡିଗ୍ରୀ, ବାଲେଶ୍ବରରେ ୧୬. ୨ଡିଗ୍ରୀ ଏବଂ ଚାନ୍ଦବାଲିରେ ୧୬. ୬ ଡିଗ୍ରୀ, ପୁରୀରେ ୧୮ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି । ଶିମିଳିପାଳ ପାଦ ଦେଶରେ ଥିବା ଗାଁ ଗୁଡ଼ିକରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି । ଏବେ ଦୁଇ ଦିନ ଯାଏ ସର୍ବନିମ୍ନ ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନ ହେବ ନାହିଁ ।
Views: 64











