The Ultimate Managed Hosting Platform
ADVERTISEMENT

ଶିକ୍ଷୟିତ୍ରୀଙ୍କୁ ନିଧୂମ ଛେଚିଲା ଛାତ୍ର

Facebook
Twitter
LinkedIn

ଶିକ୍ଷୟିତ୍ରୀଙ୍କୁ ମାଡ଼ ମାରି ଆହତ କରିଛି ଜଣେ ଛାତ୍ର । କ୍ଲାସରେ ଭିଡିଓ ଗେମ୍‌ ଖେଳିବାକୁ ବାରଣ କରିବାରୁ ଶିକ୍ଷୟିତ୍ରୀଙ୍କୁ ଜଣେ ଛାତ୍ର ମାଡ଼ ମାରି ଆହତ କରିଥିବା ଏକ ଭିଡିଓ ସମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଭାଇରାଲ ଭିଡିଓ ରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଜଣେ ଶିକ୍ଷୟିତ୍ରୀଙ୍କ ନିକଟକୁ ଛାତ୍ର ଜଣକ ଖୁବ୍‌ ଜୋର୍‌ରେ ଦୌଡ଼ିଯାଉଛି । ପରେ ତାଙ୍କୁ ଧକ୍କା ଦେଉଛି । ଶିକ୍ଷୟିତ୍ରୀ ଜଣକ ତଳେ ପଡ଼ିଯିବା ପରେ ଅଚେତ ହୋଇଯାଉଛନ୍ତି ।

ଆଉ ସେହି ସମୟରେ ଛାତ୍ର ଜଣକ ତାଙ୍କୁ ମାଡ଼ ମାରିବାକୁ ଲାଗୁଛନ୍ତି । ଛାତ୍ରଟିର ଏପରି କାରନାମାକୁ ଦେଖିବା ପରେ ସେଠାରେ ଉପସ୍ଥିତ ଥିବା କିଛି ଲୋକ ସଙ୍ଗେସଙ୍ଗେ ତାଙ୍କ ନିକଟକୁ ଧାଇଁ ଆସୁଛନ୍ତି । ଛାତ୍ରଟିକୁ ଅଟକାଇବା ସହ ଶିକ୍ଷୟିତ୍ରୀଙ୍କୁ ସେଠାରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରୁଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ଭାଇରାଲ ହେବାର ଲାଗିଛି ।ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ଭିଡିଓଟି ପାଲମ କୋଷ୍ଟର ମାଟାନଜାସ୍ ହାଇସ୍କୁଲର ହୋଇଥିବା ଜଣାପଡ଼ିଛି । କୁହାଯାଇଛି କି, ଶିକ୍ଷୟିତ୍ରୀ ଜଣକ ଛାତ୍ରଟିକୁ କ୍ଲାସରେ ଭିଡିଓ ଗେମ୍‌ ଖେଳିବାକୁ ବାରଣ କରିବାରୁ ଛାତ୍ରଟି କ୍ରୋଧିତ ହୋଇ ଏପରି ଘଟଣା ଘଟାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login