ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶିଆଳି ବେଳାଭୂମିରେ ଉଦାସ ଆଶ୍ରମ, ସୋଲର ଛତିଆ ଆନୁକୂଲ୍ୟରେ ମହୋଦଧି ମହାଆଳତୀ ଏବଂ ସତସଙ୍ଗ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉଦାସ ଆଶ୍ରମର ପିଠାଧୀଶ ସ୍ୱାମୀ ଯଜ୍ଞଶ୍ୱରାନନ୍ଦ ମହାରାଜ ଏହି ମହାଆଳତୀ କାର୍ୟ୍ୟକ୍ରମ ସମ୍ପାଦାନ କରିଥିଲେ। ଏହି ଅବସରରେ ବେଳାଭୂମି ପ୍ରାଙ୍ଗଣରେ ଅନୁଷ୍ଠିତ ସତସଙ୍ଗ ସଭାରେ ପିଠାଧୀଶ ତଥା ଗୁରୁଦେବ, ଶିଆଳି ପୀଠର ମାହାତ୍ମ୍ୟ ବର୍ଣ୍ଣନା କରିବା ସହିତ ସାମ୍ପ୍ରତିକ ସମୟରେ ସମସ୍ତେ ସ୍ଥିର ମନରେ ପରମାତ୍ମା ଙ୍କ ଶରଣାପନ୍ନ ହେବାପାଇଁ ଉପଦେଶ ପ୍ରଦାନ କରିଥିଲେ। ଏହି କାର୍ୟ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ପ୍ରତିଭାରାଣୀ ପାତ୍ର, ସମିତି ସଭ୍ୟ ନାରାୟଣ ସେଠୀ, ସ୍ଥାନୀୟ ଥାନାର ସବ ଇନ୍ସପେକ୍ଟର ଧନେଶ୍ୱର ବେହେରା, ଙ୍କ ସମେତ ଶତାଧିକ ଉଦାସପନ୍ଥୀ ତଥା ଶ୍ରଦ୍ଧାଳୁ ଅଂଶଗ୍ରହଣ କରି ଥିଲେ। ଏହି ସମସ୍ତ କାର୍ୟ୍ୟକ୍ରମ କୁ ଆଶ୍ରମର ସେବକ ଦିବ୍ୟଲୋଚନ ଦାସ ପରିଚାଳନା କରିଥିଲେ।
Views: 93